

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ତରଫରୁ ଆଦର୍ଶ ଆଚରଣ ବିଧିକୁ ଜୋରଦାର ଲାଗୁ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ବିଭିନ୍ନ ସର୍ବସାଧାରଣ କାନ୍ଥରେ ୧୦୮୭ ପ୍ରାଚିର ଲିଖନ, ୧୬୨୩ ୪ ପୋଷ୍ଟର, ୮୧୮୦ ଟି ବ୍ୟାନର ଏବଂ ୫୦୫୦ ଗୋଟି ଅନ୍ୟାନ୍ୟ ପ୍ରଚାର ବସ୍ତୁକୁ ଆଜି ସୁଦ୍ଧା ହଟାଇ ଦିଆଯାଇଛି । ବ୍ୟକ୍ତିଗତ ସ୍ଥାନମାନଙ୍କରେ ୫୨୯ଟି ପ୍ରାଚିର ଲିଖନ, ୯୩୭ଟି ପୋଷ୍ଟର, ୫୪୨ଟି ବ୍ୟାନର ଓ ୩୦ଟି ଅନ୍ୟାନ୍ୟ ପ୍ରଚାର ପତ୍ରକୁ ହଟାଯାଇଛି । ଏଭଳି ଭାବରେ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ସ୍ଥାନରେ ୩୦୨୫୪ ଟି ପ୍ରଚାର ଧର୍ମୀ ସାମଗ୍ରୀ ଓ ବ୍ୟକ୍ତିଗତ ସ୍ଥାନରେ ୨୦୧୪ ଟି ପ୍ରଚାର ଧର୍ମୀ ସାମଗ୍ରୀକୁ ହଟାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

