

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ପଞ୍ଚମ ସ୍ଥାନ ହାସଲ କରିଅଛି । ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଆବଶକ୍ୟ ଭିତ୍ତି ଭୂମି ଉପରେ ଅନୁଧ୍ୟାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୋଲସରା ବିଡ଼ିଓ, ତହସିଲଦାର, ବିଇଓ, ଏଇଇ, ଜେଇ ଉପସ୍ଥିତ ରହିଥିଲେ ।
