

ରମ୍ଭା (ସମୃଦ୍ଧ ଓଡିଶା) ଆଦିକବି ବାଲ୍ମୀକି ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆଶ୍ୱିନ ମାସରେ କୁମାର ପୁର୍ଣିମା ତିଥିରେ ଆଦିକବି ମହର୍ଷି ବାଲ୍ମୀକି ଦାସ ଜନ୍ମ ଗ୍ରହଣ କରିଥିଲେ । ସେ ଆଦିକବି ବା ପ୍ରଥମ କବି ଭାବେ ପରିଚିତ । ସେ ମହାପୁରୁଷ ରାମାୟଣ ରଚନା କରି ଭାରତ ତଥା ପୃଥିବୀରେ ଖ୍ୟାତି ଅର୍ଜନ କରିଥିଲେ । ଆଜିର ଦିନର ପୂଣ୍ୟତିଥୀରେ ତାଙ୍କୁ ମନେପକାଇ ସ୍ମୃତି ଚାରଣ ପଥରା ଠାରେ ଏହି କାର୍ଯ୍ୟକ୍ରମ ଗଞ୍ଜାମ ବିଜେପି ଜିଲା ସମ୍ପାଦକ ଭୀମସେନ ବେହେରାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗୀ ବିଜେପି ରାଜ୍ୟ ସଂଯୋଜିକା ଅନୁସୂଚିତ ଜାତି ବିଜୟ ଲକ୍ଷ୍ମୀବାଲା ଓ ଅନ୍ୟମାନଙ୍କ ମଧ୍ୟରେ ଲଳିତା ବେହେରା, ସୀତା ଵାଲା, କୁନ୍ତୀ ଜାଲି, ଜ୍ୟୋତି ବେହେରା, ପ୍ରଶାନ୍ତ ଵାଲା ଓ ନିଁଳେନ୍ଦ୍ରି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା