

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗ୍ରାସୀମ ଇଣ୍ଡଷ୍ଟ୍ରି ଓ ଆଦିତ୍ୟବିର୍ଲା ସହାୟତାରେ ଏକ ହୋମିଓପାଥିକ ମାଗଣା ଚିକିତ୍ସା ଶିବିର ମାଳିଜଗନ୍ନାଥପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଶହସ୍ରାଧିକ ରୋଗୀ ଅଂଶ ଗ୍ରହଣ କରିଥିଲେ ମଧ୍ୟ ୧୦୧ ଜଣଙ୍କୁ ପରୀକ୍ଷା କରାଯାଇ ମାଗଣା ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ବୈଦ୍ୟନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅଧିକାଂଶ ଶିଶୁ ରୋଗୀ, ପୁରୁଷ ରୋଗୀ ଓ ମହିଳା ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା ।
ରିପୋର୍ଟ : ତ୍ରିନାଥ ବେହେରା
