

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଦିବାସୀ ଉନ୍ନୟନ ପରିଷଦର ଜିଲ୍ଲା ସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଗଜପତି ଷ୍ଟାଡିୟମ ଠାରେ ଏହି ବିଶାଳ ସମାବେଶ ଆୟୋଜିତ କରାଯାଇଛି । ଏହି ଅବସରରେ ରାଜ୍ୟର ଆଠଟି ଜିଲ୍ଲାରେ ଏକ ସଙ୍ଗେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଦିବାସୀ ମାନଙ୍କ ନିମନ୍ତେ ବହୁ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ସ୍ୱତନ୍ତ୍ର ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଉପସ୍ଥିତ ଥିଲେ । ଏହି ଅବସରରେ ଜନଜାତିର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ତେବେ ଜନଜାତିର ବିଭିନ୍ନ ପାରମ୍ପାରିକ ସଂସ୍କୃତିକୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ସହାୟତା ଯୋଗାଉଛନ୍ତି । ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରି ଆଦିବାସୀମାନଙ୍କ ଉନ୍ନତି ପ୍ରତି ସରକାର ଦୃଷ୍ଟି ଦେଉଛନ୍ତି ଏଣୁ ଜନଜାତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଶ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଛନ୍ତି ।
ରିପୋର୍ଟ : ସୁଜିତ ପ୍ରଧାନ
