![ଆଧାର ସଂଶୋଧନ କେନ୍ଦ୍ର ଶୁଭାରମ୍ଭ : ଦୀର୍ଘ ଦିନ ପରେ ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି…](https://i0.wp.com/www.samrudhaodisha.com/wp-content/uploads/2020/11/IMG-20201121-WA0181.jpg?fit=1024%2C461&ssl=1)
ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲିଆପାଳ ଗ୍ରାମ ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରରେ ଆଧାର କାଡ ସଂଶୋଧନ କାର୍ଯ୍ୟକ୍ରମ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଆନୁଷ୍ଠାନିକ ଭାବରେ ଫିତା କାଟି ଆଧାର ସଂଶୋଧନ କେନ୍ଦ୍ର ଶୁଭାରମ୍ଭ କରିଥିବା ବେଳେ ବାଲିଆପାଳ ଥାନା ଅଧିକାରୀ ବିମଳ କୁମାର ନାୟକ, ବାଲେଶ୍ଵର ଜିଲ୍ଲାର ସି.ଏସ.ସି. ମୁଖ୍ୟ ଅରୂପ କୁମାର ମହାପାତ୍ର, ସି.ଏସ.ସିର ଏ.ଡି.ଏମ ଦେବବ୍ରତ ମହାନ୍ତି, ବାଲିଆପାଳ ସରପଞ୍ଚ ମଧୁସୂଦନ ବାରିକ୍, ବାଲିଆପାଳ ଆଇ.ସି.ଆଇ.ସି ବ୍ୟାଙ୍କର ସହକାରୀ ମେନାଜର ପାର୍ଥ ପ୍ରିତମ ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବାଲିଆପାଳ ସି.ଏସ.ସିର ମୁଖ୍ୟ ମାନସ କୁମାର ନାୟକ ସୁଚାରୁ ରୂପେ ଲୋକ ମାନଙ୍କୁ କୋଭିଡର ସମସ୍ତ ନିୟମ କାନୁନ୍ ମାନି ଆଧାରସେବା ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ । ସନ୍ତୋଷ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା ବେଳେ ତାପସ କୁମାର ନାୟକ, ସୁବ୍ରତ ଦାସ, ପ୍ୟୁସ୍ ରଞ୍ଜନ ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।