ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷପରି ଏ ବର୍ଷ ମଧ୍ୟ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତର ଦୁଧିଆଖାଳି ଗାଁରେ ଗୋପୀକହ୍ନାଇ ସ୍ପୋଟିଂ କ୍ଲବ ପକ୍ଷରୁ ଆନ୍ତଃରାଜ୍ୟ ଫୁଟବଲ ଖେଳ ଆଜି ଉଦ୍ଘାଟିତ ହୋଇ ଯାଇଛି । ଏଥିରେ ପଶ୍ଚିମବଙ୍ଗର ୪ଟି ଦଳ ଓ ଓଡିଶାର ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ଦଳ ଭାଗ ନେବା ସଂପର୍କରେ କୁହାଯାଇଛି । ଗତକାଲି ଆୟୋଜିତ ଉଦଘାଟନି ସଭାକୁ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ସବିତା ଦଳେଇ ଉଦଘାଟନ କରି ରାଇବଣିଆ ଅଂଚଳରେ ଫୁଟବଲ ଖେଳ ପ୍ରତି ଅଧିକ ଆଦର ରହିଛି, କିନ୍ତୁ ଏହି ଖେଳ ବାଲେଶ୍ୱର, ମୟୂରଭଞ୍ଜ, ମେଦିନୀପୁର ଜିଲାବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରୁଛି ବୋଲି କହିଥିଲେ । କ୍ଲବର ସଭାପତି ନାରାୟଣ ହେମ୍ବ୍ରମଙ୍କ ପୌରହିତ୍ୱରେ ମୁଖ୍ୟ ଅତିଥିଭାବେ ଦିଲ୍ଲିପ କୁମାର ସାମଲ, ମୁଖ୍ୟବକ୍ତା ଭାବେ ଗଂଗାଧର ଦାସ ଓ ସମ୍ମାନୀତ ଅତି୍ଥିଭାବେ ସରପଂଚ ବିଜୟ ବେହେରା ଯୋଗ ଦେଇଥିଲେ । ସଂପାଦକ ଖେଳାରାମ ହେମ୍ବ୍ରମ ବିବରଣୀ ପାଠ କରିଥିବା ବେଳେ ଭୋଳାନାଥ ହେମ୍ବ୍ରମ, ଶ୍ୟାମଲାଲ ହେମ୍ବ୍ରମ, ଗୋପିନାଥ ହେମ୍ବ୍ରମ, ଶଂଖ ମୁର୍ମୁ, ବିଜୟ ମୁର୍ମୁ, ବିଜୟ ବାସ୍କେ, ଶଂକର ହେମ୍ବ୍ରମ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ପଶ୍ଚିମବଂଗ ଓ ଓଡିଶାର ବହୁ ଖେଳପ୍ରେମୀ ଏହାକୁ ଉପଭୋଗ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା