ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପେଖ୍ୟାଗୃହ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡଃ ପି ସି ସାହୁ, ଡଃ ଏନ୍ ସି ପାଢି, ଗଞ୍ଜାମ ସିଡିଏମଓ ବିଜୟ କୁମାର ପାଣିଗ୍ରାହୀ, ଡଃ କେ. କେ ପାଣିଗ୍ରାହୀ, ଡଃ ସୁନିଲ କୋଟା, ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ରାସବିହାରି ଦାସ, ଡିଏସଏସଓ/ଏସଏସଏସଓ କଲ୍ୟାଣି ଦାସ, ଛତ୍ରପୁର, ମଞ୍ଚାସିନ ଥିଲେ ଓ ଫୋରମର ସଂପାଦକ ସିମାଞ୍ଚଳ ପ୍ରଶାଦ ବିଷୋୟୀ, ସୂର୍ଯ୍ୟ କାନ୍ତ ପାତ୍ର, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର, ଭାସ୍କର ବେହେରା, ପୂର୍ଣଚନ୍ଦ୍ର ମହିରଣା, ବାସୁଦେବ ଲିମା, ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଓ ଡକ୍ଟର ମାନେ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏହାସହ ଡକ୍ଟର ମାନେ ବରିଷ୍ଠ ନାଗରିକଙ୍କ ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଡଃ ପି ସି ସାହୁ, ଡଃ ଏନ୍ ସି ପାଢି, ରାସବିହାରି ଦାସଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃପାସିନ୍ଧୁ ପଣ୍ଡା, ଧିରେନ୍ ଲାଲ୍ ଚୌହାନ, ସୌମିକ ସାହୁ, ପ୍ରଭାକର ସାହୁ, ନବୀନ ବେହେରା, ରବି ମହାରଣା, ବଂଶିଧର ପାଳ, ତ୍ରିନାଥ ମହାପାତ୍ରଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ଗୋସାଇଁ ନୂଆଗାଁ ଓ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଛତ୍ରପୁର ଏସଏସଓ ପଞ୍ଚାନନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା