ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ, ଜାତୀୟ ସାଗରତଟ ଗବେଷଣା କେନ୍ଦ୍ର ବ୍ରହ୍ମପୁର, ଏକାଡେମୀ ଅଫ ଟେକ୍ନୋକ୍ରଫ୍ଟ ବ୍ରହ୍ମପୁର ଏବଂ ଋଷିକୂଲ୍ୟା କଇଁଛ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଆଜି ଋଷିକୂଲ୍ୟା ନଦୀ ମୁହାଣ ଗୋରଖକୁଦା ଠାରୁ ନୂଆ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର ତଥା ସ୍ନାତକୋତର ପରିଷଦର ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ଗୋବିନ୍ଦ କେ ଚକ୍ରପାଣି ଯୋଗଦେଇ ସାମୁଦ୍ରିକ ଜୀବଗୁଡିକେ ସୁରକ୍ଷା ପାଇଁ ବେଳାଭୂମି ସଫେଇଏ ମହତ୍ତ୍ଵ ପ୍ରତିପାଦିତ କରିବା ସଙ୍ଗେ ସଙ୍ଗେ ଋଷିକୂଲ୍ୟା ମୁହାଣରେ ପ୍ରତେକ ବର୍ଷ କଇଁଛ ମାନଙ୍କର ସମୂହ ଅଣ୍ଡାଦାନ ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱରେ ଏହାର ସୁନାମ କିପରି ବଜାୟ ରହିବ ସେଥି ନିମନ୍ତେ ସମସ୍ତେ ସଚେତନତା ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ ଋଷିକୂଲ୍ୟା ବେଳାଭୂମିର ସୁରକ୍ଷା, ସଫେଇ ଓ କଇଁଛ ମାନଙ୍କର ନିର୍ଭୟ ଅଣ୍ଡାଦାନ ସମ୍ପର୍କରେ ଓଡିଶାର ବନ ବିଭାଗ ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରହ୍ମପୁର ସ୍ଥିତ ଏକାଡେମୀ ଅଫ ଟେକ୍ନୋକ୍ରଫ୍ଟର ନିର୍ଦ୍ଦେଶକ ଦୀପକ ଦାସ ବେଳାଭୂମି ସଫେଇର ଉପଯୋଗୀତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ସେହିଭଳି ଋଷିକୂଲ୍ୟା କଇଁଛ ସୁରକ୍ଷା ସମିତିର ମୁଖ୍ୟ ରବିନ୍ଦ୍ର କୁମାର ସାହୁଙ୍କ ସହଯୋଗରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମୁଦ୍ର ଓ ବେଳାଭୂମିକୁ ନିର୍ମଳ, ପରିଷ୍କାର ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗୋରଖକୁଦା ଗ୍ରାମବାସୀ, ମସ୍ୟଜୀବୀ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ରାଲି ଏବଂ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ପରେ ପରେ ଦୀର୍ଘ ୪ଘଂଟାରୁ ଉର୍ଦ୍ଧ୍ବ ସମୟ ଧରି ସମୁଦ୍ର ଓ ତଟବର୍ତୀ ଅଞ୍ଚଳରେ ଉପସ୍ଥିତ ସମସ୍ତ ଅତିଥି, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ସଫା କରାଯାଇ ବର୍ଯ୍ୟଵସ୍ତୁ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକାଡେମୀ ଅଫ ଟେକ୍ନୋକ୍ରଫ୍ଟର ସଦସ୍ୟ ଉମା ଚରଣ ପଣ୍ଡା, ମୁକୁନ୍ଦକେଶରୀ ଖାଡ଼ଙ୍ଗା, ଅସୀମ ଅମିତାଭ ପଟନାୟକ, ଶେଷଦେବ ପାତ୍ର, ବାଳାଜି ବେହେରା, ଶୁଭ୍ରଜିତ ବାରିକ, ପ୍ରବୀଣ କୁମାର କର, ବାଳକୃଷ୍ଣ ମିଶ୍ର, ଲୋଚନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା