ଜଳେଶ୍ୱର (ସମୃଦ୍ଧ ଓଡିଶା) ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରବିବାର ବିଜେଡି ପକ୍ଷରୁ ୧୦୪ତମ ବିଜୁ ଜୟନ୍ତୀ ଅବସରରେ ଏକ ବିଶାଳ ମହିଳା ସମବେଶ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏହି ସମାବେଶ ମହମ୍ମଦନଗରପାଟଣା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଜିଲା ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ବିଜୁ ମହିଳା ଜନତା ଦଳର ରାଜ୍ୟ କର୍ମକର୍ତ୍ତା ତଥା ବାଲେଶ୍ୱର ପ୍ରଭାରୀ ବିଜୟଲକ୍ଷ୍ମୀ ମହାପାତ୍ର ଯୋଗ ଦେଇ ସମଗ୍ର ଦେଶରେ କର୍ଣ୍ଣାଟକ, ପଶ୍ଚିମବଂଗ ଓ ଓଡିଶା ରାଜ୍ୟରେ ମହିଳ । ମାନଙ୍କୁ ପଂଚାୟତରାଜ ବ୍ୟବସ୍ଥାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା । ରାଜ୍ୟରେ ବିଜୁ ବାବୁଙ୍କ ଦ୍ୱାରା ୧୯୯୨ ମହସିହାରେ ୩୩ ପ୍ରତିଶତ ସଂଗ୍ରକ୍ଷଣ ବ୍ୟବସ୍ଥା ହୋଇଥିବା ବେଳେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ୨୦୧୭ରେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରି ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ସ୍ୱର୍ଗତ ବିଜୁବାବୁଙ୍କ ଶାସନକାଳକୁ ଦେଶର ବହୁ ତତ୍କାଳୀନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲା ବେଳେ ଗାଁକୁ କାମ ମା’କୁ ସମ୍ମାନ ସହିତ ଗ୍ରାମାଂଚଳ ବିକାଶ ଲାଗି ୫୭ପ୍ରତିଶତ ଅର୍ଥ ଓ ମିଶନ ଶକ୍ତି ଜରିଆରେ ସ୍ୱୟ ସହାୟକ ଗୋଷ୍ଠି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତିକରଣ କରାଯାଉଛି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଜଳେଶ୍ୱର ବ୍ଲକ ସଭାପତି ଭୂପତି ମିର୍ଦ୍ଧା, ଜିଲା ପରିଷଦ ସଦସ୍ୟା ରଂଗଲତା ଆଚାର୍ଯ୍ୟ,ସାବିତ୍ରୀ ଦାସ, ସରପଂଚ ମଂଜୁବାଳା ପ୍ରଧାନ, ସମିତି ସଦସ୍ୟ ସଂଜିତା ସେନାପତି, ରାଜ୍ୟ ପରିଷଦ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ଜୀବନ ବିନ୍ଦୁର ସଂଯୋଜକ ମଧୁସୂଦନ ସେନାପତି, ସରପଂଚ ଦିଲ୍ଲିପ ସାମଲ, ଦେବଯାନୀ ଅଣ୍ଡିଆ, ସମବାୟବିତ୍ ମାନସ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ତ୍ରିଲୋଚନ ଦାସ, ବ୍ରିଜେଶ୍ ରଣା, ଜିତେନ୍ଦ୍ର ଦାସ, ପ୍ରଭୁରାମ ପ୍ରଧାନ, ନଗର ସଭାପତି ସୁରଜିତ ଘୋଷ, ବିଜୟ କାମିଳା, ମୃତ୍ୟୁଞ୍ଜୟ ନାଥ, ଯାମିନୀ ଦତ୍ତ, ସେକ୍ ଅବଦୁଲ ରହିମ. ସତ୍ୟଶୋଭନ ମିଶ୍ର, ଗିରିଜା ଶଂକର ଦାସ, ତୁଳସୀ ଦତ୍ତ,ଗୋବିନ୍ଦ ସାହୁ, ଅନନ୍ତ ରାଉଳ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ସୁବର୍ଣ୍ଣରେଖା ମହିଳା ମହାସଂଘ ଶିଖରପୁର, ପାଲା ଗାୟିକା ଝରଣା ସାମନ୍ତ , ସରପଂଚ ତୁଳସୀ ଦତ୍ତ, ଛାତ୍ରୀ ବନ୍ଦିତା ଜେନା, କଳାକାର ଆରତୀ ସାହୁ, ଅଧ୍ୟାପିକା ସୁଶ୍ରୀ ସୁଷମା ଚାନ୍ଦ, ସମିତି ସଭ୍ୟା ସଂଚିତା ସେନାପତି, କଳାକାର ପାର୍ବତୀ ବେହେରା, ଛତୁଚାଷୀ ବେବିରାଣୀ ମହାନ୍ତି, ଚାଷୀ ମାଳତୀ ପାତ୍ର, ସେବିକା ଶାନ୍ତି ଲତା ମାରାଣ୍ଡି ଓ କଳାକାର ରେଖା ଜ୍ୟୋତି ପ୍ରଭୃତି ୧୨ଜଣ ମହିଳା ବିଭିନ୍ନ କାର୍ଯ୍ୟରେ ତାଙ୍କର କୃତି ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ମାନପତ୍ର, ନଗଦ ଅର୍ଥ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପୂର୍ବରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ବଳରାମପୁର ଛକରୁ ବାହାରି ପାଟଣା ସଭାସ୍ଥଳକୁ ଆସିଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା