ଆନ୍ଧ୍ର-ଓଡିଶା ସୀମା ବିବାଦ ଓ ପୋଲଭରମ ପ୍ରକଳ୍ପ ତୁରନ୍ତ ସମାଧାନ କର : ଆନ୍ଧ୍ର ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ଚେତାବନୀ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆନ୍ଧ୍ର-ଓଡିଶା ସୀମା ବିବାଦ ଓ ପୋଲଭରମ ପ୍ରକଳ୍ପ ତୁରନ୍ତ ସମାଧାନ କରିବାକୁ ଆନ୍ଧ୍ର ରାଜ୍ୟପାଳଙ୍କୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମାଜର ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁରଠାରେ ଲିଖିତଭାବେ ଚେତାବନୀ ଦିଆଯାଇଛି । ଆନ୍ଧ୍ରାପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଗଂଜାମ ଗ୍ରସ୍ତରେ ଆସି ବ୍ରହ୍ମପୁର ଟାଉନ ହଲରେ ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏକ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମାଲକାନଗିରି ଶାଖାର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସାତଜଣିଆ କମିଟି ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶା ମାଟିରୁ ଜଣେ ଦକ୍ଷ ଜନନାୟକ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ଵ ନେଇଥିବା ଯୋଗୁଁ ମାଲକାନଗିରି ଶାଖାର ସାହିତ୍ୟିକମାନେ ତାଙ୍କୁ ଫୁଲତୋଡା ଦେବା ସହିତ ଏକ ସ୍ମାରକ ପତ୍ର ମାଧ୍ୟମରେ ଜିଲ୍ଲାର ବିବାଦୀୟ ଆନ୍ଦ୍ର-ଓଡିଶା ସରକାରଙ୍କ ମଧ୍ୟରେ  ଚାଲିଥିବା ପୋଲାଭରମ ପ୍ରକଳ୍ପର ସ୍ଥାୟୀ ସମାଧାନ ଓ ସୀମାନ୍ତବାସୀଙ୍କ ଉପରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ସୀମାବିବାଦର ପ୍ରତିକାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ ସାଧନା କ୍ଷେତ୍ରରେ କରୁଣାକର ମଲ୍ଲିକ,ବଳରାମ ପୁଜାରୀ,ଆଭାରାଣୀ ବିଶ୍ବାଳ,ସାମ୍ବାଦିକ ଭାବେ  ଭାସ୍କର ବେହେରା, ଜୀବନ କୃଷ୍ଣ ଦାସ, ଶିକ୍ଷା ବିତ୍ ରଜନୀକାନ୍ତ ନାୟକଙ୍କୁ ରାଜ୍ୟପାଳ ହରିଚନ୍ଦନ ମାନପତ୍ର ଦେଇ ସମ୍ବର୍ଦ୍ଧନା କରି ଥିଲେ । ଏଥି ପୂର୍ବରୁ ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ସ୍ଥାନୀୟ ହେଲିପେଡରୁ ଟାଉନହଲ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ପାଛୋଟି ଆଣି ଥିଲେ । ପରେ ଏକ ବିରାଟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ ,ଶୁଭାଶିଷ ସାହୁ ,କିରଣ କୁମାର ସାହୁ ,ବିକାଶ ପାଣିଗ୍ରାହୀ ,ପ୍ରିୟ ରଞ୍ଜନ ବେହେରା ,ଉମା ଚରଣ ପଣ୍ଡା ,ରଘୁନାଥ ରେଡି,ଶିବ ପ୍ରସାଦ ପାତ୍ର ,ସିଦ୍ଧାର୍ଥ ଶଙ୍କର ପଣ୍ଡା ,ଶିବ ନାୟକ ,ଶ୍ରୀ କୁମାର ପୁରୋହିତ ,ମଧୁ ସୁଦନ ସାହୁ ,ଜଗଦୀଶ ପ୍ରଧାନ,କମଳ ପାତ୍ର ,ମନୋଜ ମହାରଣା ,ଆକାଶ ଗୌଡ଼ ,କେ ରବି ରାଓ ,ସୁରେଶ ରେଡି ,ଗୋପୀ ମହାରଣା ,ରବୀନ୍ଦ୍ର ସାହୁ ,କମଳ କୁମାର ପଣ୍ଡିତ ,ତୁମ୍ବେଶ୍ୱର ନାୟକ ,ଅଶ୍ୱିନୀ ପାତ୍ର ,ଦିଲୀପ ରାଉତ ,ସନ୍ତ କୁମାର ନାୟକ ,ବାଳକୃଷ୍ଣ ସେଠି , ରୁପଜ ନାୟକ , ଜଗନ୍ନାଥ ଡୋରା , ଅମିତ ସେଠି , ମାନସ ରଞ୍ଜନ ଜେନା ,ପି ରାଜେନ୍ଦ୍ରଙ୍କ ସହ ବହୁ ଯୁବନେତା ଅଂଶ ଗ୍ରହଣ କରି ଥିଲେ ।

ରିପୋର୍ଟ : ଦକ୍ଷିଣ ଓଡିଶା ବ୍ୟୁରୋଚିଫ ନିମାଇଁ ଚରଣ ପଣ୍ଡା