ଆନ୍ଧ୍ରର ପ୍ରମୁଖ ଶିକ୍ଷାନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟ ନିର୍ମାତା ସଡକ ଦୁଃର୍ଘଟଣାରେ ମୃତ …

ବିଶାଖାପାଟଣା :ଆନ୍ଧ୍ରର ପ୍ରମୁଖ ଶିକ୍ଷାନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟର  ନିର୍ମାତାଙ୍କ  ଆଜି ଆମେରିକାରେ ଏକ ସଡକ ଦୁଃର୍ଘଟଣାରେ ମୃତ୍ୟୁ ଘଟିଛି । ଆସନ୍ତା 6 ତାରିଖ ଶନିବାର ଦିନ କାର୍ଲିଫର୍ନିଆରେ ତାଙ୍କର ଏକ ସାଧାରଣ ସଭାରେ ଯୋଗଦେବାର ଥିଲା । ଆଜି ସକାଳେ ସେ ତାଙ୍କ ପରିବାର ସହ ଏକ କାର ରେ ଯାଉଥିବାବେଳେ ସଡକ ଦୁଃର୍ଘଟଣା  ଘଟିବାଥିଲା ଫଳରେ ଗାଡ଼ିରେ ବସିଥିବା ସମସ୍ତେ 5 ଜଣଯାକ ମୃତ୍ୟୁ ବରଣ କରିଛନ୍ତି । GITAM ବିଶ୍ୱବିଦ୍ୟାଳୟର  ନିର୍ମାତା ଡ଼ଃ ଏମ ଭି ଭି ଏସ ମୂର୍ତ୍ତୀ ବର୍ତ୍ତମାନ GITAM ବିଶ୍ୱବିଦ୍ୟାଳୟର ସଭାପତି ଥିଲେ । ସେ ତେଲୁଗୁଦେଶମ ପାର୍ଟିର ଜଣେ ସକ୍ରିୟ ବରିଷ୍ଟ କର୍ମୀ ଥିଲେ । ସେ ବିଶାଖାପାଟଣାର ପୂର୍ବତନ ସାଂସଦ । ତାଙ୍କ ମୃତ୍ୟୁ ଖବର ପାଇ ଆନ୍ଧ୍ରାରାଜ୍ୟରେ ଶୋକର ଚ୍ଛାୟା ଖେଳିଯାଇଛି।