

ନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବିର ରାଷ୍ଟ୍ରୀୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ଼. ସୁଲତାନ ଅହମ୍ମଦ ଅଲ ଜାବେରଙ୍କ ସହ ଭିଡିଓ କନଫରେନସିଂ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଏଡିଏନସିଓର ସିଇଓ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି । ଏହି ଆଲୋଚନାରେ ତୈଳ ଓ ଗ୍ୟାସ ଉପରେ ଉଭୟ ବିଚାରବିମର୍ଶ କରିଥିଲେ । ଉର୍ଜା କ୍ଷେତ୍ରରେ କରୋନା ଭୁତାଣୁ ମହାମାରୀରୁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ତଥା ଦୂର କରିବା ପାଇଁ ଭାରତ ଓ ଦୁବାଇ ମଧ୍ୟରେ ଋଣନୈତିକ ସହଯୋଗ ଢାଞ୍ଚାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ସମ୍ମତି ଜଣାଇଥିବା ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ଘୋଷିତ ପ୍ୟାକେଜରେ ଏପ୍ରିଲରୁ ଜୁନ ମଧ୍ୟରେ ମାଗଣାରେ ୮ କୋଟି ଉଜ୍ଜଳା ହିତାଧିକାରୀଙ୍କୁ ଏଲପିଜିର ରିଫିଲ ଯୋଗାଇବା ପାଇଁ ଅଧିକ ଆବଶ୍ୟକତା ରହିଛି । ଏହି ମର୍ମରେ ଭାରତକୁ ଅଧିକ ଏଲପିଜି ଯୋଗାଣ କରିବା ପାଇଁ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଏହାବ୍ୟତୀତ ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର ପାଇଁ ଅଶୋଧିତ ତୈଳର ସ୍ରୋତ ପାଇଁ ମଧ୍ୟ ଜାବେର ପୂର୍ଣ୍ଣ ସମର୍ଥନ ଦେଇଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।
ରିପୋର୍ଟ : ନୂଆଦିଲ୍ଲୀରୁ ସୁଧାଂଶୁ ଶେଖର ଓ ଛତ୍ରପୁର, ଗଞ୍ଜାମରୁ ନିମାଇଁ ଚରଣ ପଣ୍ଡା