

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୩ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର କ୍ଷେରୀ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନିରୀହ କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ କୃଷକ ଆନ୍ଦୋଳନର ୭ ଜଣ କୃଷକ ଏବଂ ଜଣେ ସାମ୍ବାଦିକ ମୃତ୍ୟୁ ବରଣ କରିଥିଲେ l ଏହାର ପ୍ରତିବାଦରେ ଦେଶବ୍ୟାପି ବିଭିନ୍ନ ମହଲରେ ବିକ୍ଷୋଭ ଓ ଆନ୍ଦୋଳନ ଜାରୀ ରହିଛି । ଏହାର ଅନୁରୂପ ଭାବେ ବ୍ରହ୍ମପୁର ସହରରେ ମଧ୍ୟ ବିଭିନ୍ନ ବିରୋଧୀ ରାଜନୈତିକ ଦଳୀୟ ପକ୍ଷରୁ ବିକ୍ଷୋଭ, ଆନ୍ଦୋଳନ ଜାରୀ ରହିଛି । ବ୍ରହ୍ମପୁରର ଆମ ଆଦମୀ ପାର୍ଟି ପକ୍ଷରୁ ଦୀର୍ଘ ୧୦ ଦିନ ଧରି ଆନ୍ଦୋଳନ ବିକ୍ଷୋଭ କରାଯାଇଥିଲା । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆନ୍ଦୋଳନର ଦଶମ ଦିବସର ସନ୍ଧ୍ୟାରେ ବ୍ରହ୍ମପୁର ସହରରେ କେଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । କେଣ୍ଡାଲ ଜଳାଇ ଆମ୍ ଆଦମୀ ପାର୍ଟି, ଗଞ୍ଜାମ ତରଫରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ସୁବାଷ ରାଉତ, ସମ୍ପାଦକ ଆଦିତ୍ୟ ରଥ, ଉପ-ସଭାପତି ସୁଧୀର ପ୍ରଧାନ, ସି. ହରପ୍ରସାଦ, ମନୋଜ ମିଶ୍ର, ପ୍ରଶାନ୍ତ କୁମାର ନାୟକ, ପର୍ଶୁରାମ ସାହୁ, ମନୋଜ ବିଷୋୟୀ, ବିଷ୍ଣୁ ରଣା, ଅଭିମନ୍ୟୁ ଦଳାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

