ପାରଳାଖେମୁଣ୍ଡି(ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଓ ତରଭା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ବିଜେଡି ଯୁବ ନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ,ପର୍ଯ୍ୟାବେକ୍ଷକ ଶଶୀଭୁଷଣ ମହାନ୍ତି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ୍ ରଇତ, ଜିଲ୍ଲା bjd ସଭାପତି ଶ୍ରୀ ଜଗବନ୍ଧୁ ଦାସ, , ରାଜ୍ୟ ସମ୍ପାଦକ ଶ୍ରୀ ମରୁତ୍ ପାଳ, ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଶ୍ରୀ y ରାମ ଚନ୍ଦ୍ର ରାଓ,ଜିଲ୍ଲା bjd ଯୁବ ସଭାପତି ଶ୍ରୀ ସାସନମ ଲିଙ୍ଗରାଜ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଏସ ଡି ସି ସଦସ୍ୟ ମସୁଳନ ରଇତ, ବ୍ଲକ ବିଜେଡି ସଭାପତି ଅଗଷ୍ଟସ ଗମାଙ୍ଗ , ବ୍ଲକ ବିଜେଡି ଯୁବ ସଭାପତି ନୀରୋଜ୍ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ପାତିମୂଲ୍ କଲୋନି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସାତ ଲକ୍ଷ, ଲିଙ୍ଗା ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ପାଞ୍ଚ ଲକ୍ଷ, ପାତିମୂଲ୍ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ପାଞ୍ଚ ଲକ୍ଷ, ଉପର ଉଖୂରା ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ପାଇଁ ସାତ ଲକ୍ଷ ଅନୁଦାନ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ଵାରା ମଞ୍ଜୁର କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ଵାରା ଏହି ସହାୟତା ରାଶି ପ୍ରଦାନ କରି ଥିବାରୁ ସମସ୍ତ ଗ୍ରାମବାସୀ ଗଣ ଉପସ୍ଥିତ ଅତିଥି ମାନଙ୍କୁ ସମ୍ମାନିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରି ଅଛନ୍ତି।
ରିପୋର୍ଟ : କୃଷ୍ଣ କୁମାର ବେହେରା