
CREATOR: gd-jpeg v1.0 (using IJG JPEG v62), quality = 82

ବ୍ରହ୍ମପୁର(ସମୃଦ୍ଧଓଡିଶା) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଗତ କିଛିଦିନ ତଳେ କିଛି ଲୋକ ମାଣ୍ଡିଆ ଜାଉ ସହ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଓ ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ବେଳେ ଆରଡିସି ତଦନ୍ତ ଚାଲୁ ରହିଛି l ଏତିକିବେଳେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଏହାକୁ ଗୁରୁତର ଚିନ୍ତାକରି ଅସୁସ୍ଥ ରୋଗୀମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି l ସୂଚନା ଅନୁଯାଇ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଅସୁସ୍ଥ ହୋଇ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ଅସୁସ୍ଥଙ୍କ ମଧ୍ୟରେ ପ୍ରଭାତି ପାଟମାଝୀ(୩୨), ଟୁନି ମାଝୀ (୪୫), ଡ୍ରାଙ୍ଗାଲୁ ପାଟମାଝୀ(୫୫), ସୁଷମା ପାଟମାଝୀ (୨୮), ଜିତା ମାଝୀ (୩୦), ଜେବନ୍ତ ମାଝୀ (୩୦), ରହିଛନ୍ତି l ଏହି ଖବର ଜାଣିବା ପରେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଏକ ଟିମ ସଭାପତି କିରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏମକେସିଜି ମେଡିକାଲ ଗ୍ରସ୍ତ କରି ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ତା ପଚାରିବୁଝିବା ସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାକୁ ଅନୁଧ୍ୟାନ କରିବା ସହ ଲୋକମାନେ ସଚେତନତା ରହିବା ପାଇ ନିବେଦନ କରିଥିଲେ l ତତସହିତ ରାଜ୍ୟ ସରକାର ମାସକୁ ମାସ ରାସନକାର୍ଡ ହିତାଧିକାରୀଙ୍କୁ ସଠିକ ସମୟରେ ରାସନ ଦେବା ପାଇଁ ଅନୁରୋଧ କରିଛନ୍ତି l
ରିପୋର୍ଟ : କିରଣ କୁମାର ପଟ୍ଟନାୟକ