ଭୀମ ରାଓ ଆମ୍ବେଦକର ବା ବାବା ସାହେବ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଯିଏ କି ସମ୍ବିଧାନ ପ୍ରଣେତା ଭାବେ ପରିଚିତ । ଦଳିତଙ୍କ ସାମାଜିକ ସ୍ୱାଧୀନତା ପାଇଁ କରିଥିଲା ସଂଗ୍ରାମ ପାଇଁ ସେ ବେସ ପରିଚିତ । ୧୯୯୦ ମସିହାରେ ଭାରତର ସର୍ବୋଚ୍ଚ ସନମାନ ଭାରତ ରତ୍ନ ଉପାଧି ପାଇଥିଲେ । ସେ ଏକ ଦଳିତ ଥିଲେ ମଧ୍ୟ ଏହା ତାଙ୍କ ଶିକ୍ଷା ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ସ୍କୁଲ ପାଠ ପରେ ଉଚ୍ଚ ଶିକ୍ଷା ପାଇଁ ବରୋଦାର ସାହୁ ମହାରାଜ ଜୀଙ୍କ ପ୍ରେରଣା କ୍ରମେ ସେ ଇଂଲଣ୍ଡ ଯାଇଥିଲେ । ପିଲାଟି ବେଳୁ ପାଠ ପଢ଼ାରେ ତାଙ୍କର ବହୁତ ରୁଚି ଥିଲା । ତାଙ୍କ ପାଖେ ଥିବା ପୁସ୍ତକ ଗୁଡିକ ବିଶ୍ୱର ସର୍ବବୃହତ ବ୍ୟକ୍ତିଗତ ଗ୍ରନ୍ଥାଗାର ଭାବେ ପ୍ରାୟ ୫୦୦୦୦ରୁ ଉର୍ଦ୍ଧ ପୁସ୍ତକ ଥିଲା । ଦିନକର ଘଟଣା ଇଂଲଣ୍ଡରେ ପଢ଼ୁଥିବା ସମୟରେ ସେ ଏକ ଲାଇବ୍ରରୀ ଯାଇ ସେ ପ୍ରତେକ ଦିନ ପଢ଼ନ୍ତି । ଦିନେ ସେ ପଢ଼ୁଥିବା ବେଳେ ଖରାବେଳେ ଖାଇବା ସମୟରେ ନିଜ ପାଖରେ ଥିବା ପାଉଁରୁଟିରୁ କିଛି ଖଣ୍ଡ କାଢି ଖାଇବା ବେଳେ ସେଠୀ ଉପସ୍ଥିତ ଥିବା ଲାଇବ୍ରେରୀୟାନ ତାଙ୍କୁ ଗଳି ଦେଇଥିଲେ । ସବୁ ପିଲା କ୍ୟାଫେଟେରିଆରେ ଖାଉଥିବା ସମୟରେ ଏହିଭଳି ଲୁଚିକି ଲାଇବରୀରେ ଖାଇବା ଏକ ଅପରାଧ ବୋଲି ସେ କହିଲେ । ଏଥିପାଇଁ ତାଙ୍କୁ ଫାଇନ କିମ୍ବା ସଦସ୍ୟତାରୁ ରଦ୍ଧ କରିଯିବ ବୋଲି କହିଥିଲେ । ବାବା ସାହେବ ତାଙ୍କୁ କ୍ଷମା ମାଗିବା ସହ ନିଜର ସଂଘର୍ଷ କାହାଣୀ କହିଥିଲେ । ଏଥିରେ ଲାଇବ୍ରେରୀୟାନ ଜଣକ ଦୁଃଖ ପ୍ରକାଶ କରିଥିଲେ ଏବଂ ପର ଦିନଠୁ ନିଜ ଖାଦ୍ୟକୁ ଆମ୍ବେଦକରଙ୍କ ସହ ଭାଗ କରିଥିଲେ । ସେହି ବ୍ୟକ୍ତି ଦିନେ ଏକାଧିକ ଶିକ୍ଷାଗତ ଉପାଧିରେ ବିଭୂଷିତ ହୋଇଥିଲେ । ଯାହାକି ଏକ ଉଦାହରଣ । ୬ ଡ଼ିସେମ୍ବର ୧୯୫୬ ମସିହାରେରେ ଇହଧାମ ତ୍ୟାଗ କରିଥିଲେ ।
ବାସୁଦେବ ସେଠି,
ଆଇନଜୀବୀ,
ଓଡିଶା ଉଚ୍ଚ ନ୍ୟାୟାଳୟ କଟକ