ଆରଏସଏସଡିଆଇର ୪୬ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ଓ ଯୁବ ମଧୁମେହ ଗବେଷକ ସମ୍ମାନିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଡାଇବେଟିସ୍ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଅନ୍ତଃଶ୍ରାବି ରୋଗ ତଥା ମଧୁମେହ ମହାବିଶେଷଜ୍ଞ ଡା. ସୁନିଲ କୁମାର କୋଟା ଗତକାଲି ୨୨ରୁ ୨୫ ନଭେମ୍ବରରେ ଅହମ୍ମଦାବାଦରରେ ଅନୁଷ୍ଠିତ ହେଇଥିବା ଆରଏସଏସଡିଆଇର ୪୬ତମ ବାର୍ଷିକ ସମ୍ମିଳନୀରେ ଯୁବ ମଧୁମେହ ଗବେଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଡାଇବେଟିସ ସମ୍ବନ୍ଧୀୟ ୪୭ଟି ଗବେଷଣାତ୍ମକ ନିବନ୍ଧ ତଥା ୧୦ଟି ଅଧ୍ୟାୟ ଲେଖନୀ ଯୋଗୁଁ ଡାକ୍ତର କୋଟାଙ୍କୁ ଏହି ବିରଳ ସମ୍ମାନ ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ମଧୁମେହ ସଂସ୍ଥା ସହ ଅନୁବନ୍ଧିତ ଥିବା ଆରଏସଏସଡିଆଇରେ ଭାରତ ସାରା ୭ ହଜାରରୁ ଉଦ୍ଧ୍ୱ ଡାକ୍ତର ସଦସ୍ୟତା ଗ୍ରହଣ କରିଛନ୍ତି । ଏହାଦ୍ୱାରା ଏସିଆ ମହାଦେଶର ସର୍ବବୃହତ ଡାଇବେଟିସ ସଂସ୍ଥା ରୂପେ ପରିଗଣିତ ହୋଇଛି । ଡା. କୋଟା ଓଡ଼ିଶାର ସର୍ବପ୍ରଥମ ଡାକ୍ତର ରୂପେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ନିଜେ ଏହି ଗବେଷଣାତ୍ମକ ତଥ୍ୟ ଭାରତ ତଥା ସାର୍କରୁ ଆସିଥିବା ପ୍ରାୟ ୫ ହଜାରରୁ ଉଦ୍ଧ୍ୱ ଡାକ୍ତରଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି । ଏଥିରେ ଓଡ଼ିଶାରୁ ପ୍ରାୟ ୩୫୦ ଡାକ୍ତର ଅଂଶ ଗ୍ରହଣ କରିଥିଲେ । ଡାକ୍ତର ଆରଏସଏସଡିଆଇ ରାଷ୍ଟ୍ରୀୟ ସଭାପତି ଡା.ପିଭି ରା, ରାଷ୍ଟ୍ରୀୟ ସମ୍ପାଦକ ଡା.ବ୍ରିଜ ମୋହନ ମକ୍କର, ସାଙ୍ଗଠନିକ ସମ୍ପାଦକ ଡା.ବଂଶୀ ସାହୁ, ବୈଜ୍ଞାନିକ ସମ୍ପାଦକ ଡା.ରାଜୀବ ଚାୱଲା ପ୍ରମୁଖ ଡା.ସୁନିଲ କୋଟାଙ୍କୁ ଏକ ମାନପତ୍ର ତଥା ସ୍ୱର୍ଣ୍ଣପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି । ଆଇଡିଏଫ ପୂର୍ବତନ ସମ୍ପାଦକ ଡା.ସଉକତ ସାଦିକୋଟ ମଧୁମେହର ନାନା କ୍ଷେତ୍ରରେ ଡା.କୋଟାଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ଆସନ୍ତା ଡିସେମ୍ବର ୨୦୧୯ରେ ସାଉଥକୋରିଆ ସ୍ଥିତ ବୁସାନରେ ଅନୁଷ୍ଠିତ ହେବାକୁ ଥିବା ଆଇଡିଏଫ ବାର୍ଷିକ ସମ୍ମିଳନୀକୁ ଆମନ୍ତ୍ରିତ କରି ନିଜ ଗବେଷଣାକୁ ଆନ୍ତର୍ଜାତୀୟ ଶ୍ରୋତା ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା