


ଛତ୍ରପୁର(ସମୃଦ୍ଧଓଡିଶା)ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜବାନ ଜେ. ଦିଲେଶ୍ୱର ପାତ୍ରଙ୍କ ପାର୍ଥିବ ଶରୀର କାଳୀପଲ୍ଲୀ ଗାଁରେ ପହଞ୍ଚିଲା । ସେନାବାହିନୀରେ ଚାକିରୀ କରି ଘରକୁ ଛୁଟିରେ ଆସିଥିଲେ । ଗୋପାଳପୁର ବନ୍ଦର ସହରରେ ଗତ ରବିବାର ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେଳକୁ ଯାଇ ବଚସା ଅବା କଳହ ହୋଇଥିଲା ବୋଲି ଜାଣାଯାଏ । ସେହି କଳହ ଅବା ଜେ. ଦିଲେଶ୍ୱର ପାତ୍ରଙ୍କର କଣବା’ ଶତ୍ରୁତା ଥିଲା କେଜାଣି ଜଣେ ଆର୍ମି ଚାକିରୀ କରୁଥିବା ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଶେଷରେ ସେ ଭୁବନେଶ୍ୱରସ୍ଥ ସୋମ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ଗତକାଲି ଅପରାହ୍ନରେ ତାଙ୍କର ଭୁବନେଶ୍ୱର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା, ଗୁରୁବାର ସନ୍ଧ୍ୟା ୬ଟାରେ ତାଙ୍କର ପାର୍ଥିବ ଶରୀର ଗାଁକୁ ଆସିଥିଲା । ଗାଁରେ ଶୋକାକୁଳ ପରିବେଶ ଅତ୍ୟନ୍ତ ଦୁଃଖଦାୟକ କାରୁଣ୍ୟ ଦୃଶ୍ୟ ସତେ ଯେପରି ଏହି ହୃଦୟବିଦାରକ ଦୃଶ୍ୟ ଗାଁ ଜନ୍ମମାଟିର ହୃଦୟ ଫାଟି ପଡିଥିଲା । ଭୁବନେଶ୍ୱର ମହାନଗର ନିଗମର ଆମ୍ବୁଲାନ୍ସରେ ସେନା କର୍ମଚାରୀ ଜେ. ଦିଲେଶ୍ୱର ପାତ୍ରଙ୍କର ଶେଷ ଦର୍ଶନ, ଶେଷ ସମ୍ମାନ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାକି ରହିଛି, ଦିଲେଶ୍ୱରଙ୍କ ମୃତ୍ୟୁରେ ହତ୍ୟାକାରୀଙ୍କୁ କିଭଳି ଦଣ୍ଡମିଳିବ, ତାଙ୍କ ହତ୍ୟାକାଣ୍ଡ ପଛରେ କେତେଜଣ ସାମିଲ ଥିଲେ, ସେମାନେ ଗିରଫ କେବେ ହେବେ ? । ତାଙ୍କ ପରିବାରଙ୍କୁ କି ନ୍ୟାୟ ମିଳିବ ତାହା ସମୟ କହିବ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା