


ଭୁବନେଶ୍ୱର(ସମୃଦ୍ଧଓଡିଶା)ଦୂରତା କିମ୍ବା ଚଳିତ ଏପ୍ରିଲ୍ ମାସର ପ୍ରଚଣ୍ଡ ଗରମ, ଅଟକେଇ ପାରି ନଥିଲା କିଛି ଶାରୀରିକ ଭାବେ ବରିଷ୍ଠ ଅଥଚ ମାନସିକତାରେ ଯୁବ ସୁଲଭ ଉଦ୍ଦାମତାରେ ଭରା ବ୍ୟକ୍ତିତ୍ତ୍ୱ ମାନଙ୍କୁ। ସେମାନେ ଏକାଠି ହୋଇଥିଲେ ଏପ୍ରିଲ ମାସ28 ତାରିଖ ଦିନ ଭୁବନେଶ୍ବର ସ୍ଥିତ ହୋଟେଲ ଆର୍ଯ୍ୟ ପ୍ୟାଲେସ୍ ରେ। କଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ ଏବଂ ପରିଚୟ? ସେମାନେ ଥିଲେ ଭୂବନେଶ୍ବର ସ୍ଥିତ କୃଷି ଯାନ୍ତ୍ରୀକ ଏବଂ ବୈଷୟିକ ମହାବିଦ୍ୟାଳୟ ର 1981 ମସିହା ବ୍ୟାଚ୍ ର ପାସ ଆଉଟ୍ ଛାତ୍ର ମାନେ । ସେମାନେ ଥିଲେ ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ସ୍ଥିତ ଫୋର୍ଟ ଭ୍ୟାଲି ୟୁନିଭର୍ସିଟିର କାର୍ଯ୍ୟରତ ପ୍ରଫେସର ଡଃ ଅଜିତ କୁମାର ମହାପାତ୍ର, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଭୂବନେଶ୍ବରର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର ଆତ୍ମାରାମ ମିଶ୍ର,ରାଜ୍ୟ ମୃତ୍ତିକା ସଂରକ୍ଷଣ ତଥା ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ପ୍ରାକ୍ତନ ଅଧିକାରୀ ଇଂ ଶ୍ରୀ ବ୍ରଜବନ୍ଧୁ ପାଣିଗ୍ରାହୀ, ଓଡିଶା ଉଠା ଜଳସେଚନ ନିଗମର ପ୍ରାକ୍ତନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଶ୍ରୀ ଅନାଦି ଚରଣ ବେହେରା, ପ୍ରାକ୍ତନ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀ ନିରଞ୍ଜନ ବିଶ୍ବାଳ, ଇଂ ଶ୍ରୀ ଜିତେନ୍ଦ୍ରିୟ ମହାପାତ୍ର, ଇଂ ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଇଂ ଶ୍ରୀ ବିଦ୍ୟାଭୂଷଣ ନାୟକ, ଏବଂ ଇଂ ଶ୍ରୀ ବିଜୟ କୁମାର ନାୟକ ଇତ୍ୟାଦି। 1977 ରୁ 1981ମସିହାର ସହପାଠୀ ଜୀବନର ମଧୁର ସ୍ମୃତି ଆଲୋଡନ ସହ ବର୍ତ୍ତମାନ ଜୀବନର ସୁଖ ଦୁଃଖ ଭରା ଅନୁଭୂତି ବାଣ୍ଟିବା ଭିତରେ ମନ ଖୋଲା ହସ ହିଁ ଥିଲା ଏ ପୁନର୍ମିଳନର ବିଶେଷତ୍ୱ। ଆଗାମୀ ପୁନର୍ମିଳନରେ କିଛି ନୂତନ ପଦକ୍ଷେପ ନେବାର ଆଲୋଚନା ସହ,ସମାପ୍ତ ହୋଇଥିଲା ଏ ପୁନର୍ମିଳନ। ଆଜିର ସ୍ମୃତି ସବୁକୁ ଯତ୍ନରେ ସାଇତି ଦିଆ ଯାଇଥିଲା ପ୍ରତ୍ୟେକଙ୍କ ସ୍ମୃତି ସିନ୍ଦୁକରେ, ପୁଣି କେବେ ରୋମନ୍ଥିତ ହେବା ପାଇଁ।
ରିପୋର୍ଟ : ରଜତ ମହାପାତ୍ର

