ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ସ୍ଥିତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଭାତ କୁମାର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ଟାଉନ ଥାନାର ଆଇ.ଆଇ.ସି. ଭାବେ କାର୍ଯ୍ୟ କରୁଥିଲେ l ୨୦୧୦ ବ୍ୟାଚର ଏହି ଅଧିକାରୀ ପ୍ରଥମେ ଏସ.ଆଇ. ଭାବେ ମାଲକାନଗିରିର ମାଥିଲି ଥାନାରେ ଅବସ୍ଥାପିତ ହୋଇଥିଲେ । ସେ ସବ- ଇନିସ୍ପେକ୍ଟର ଭାବେ ୨୦୧୨ ମସିହା ଯାଏଁ ସେ କାର୍ଯ୍ୟ କରି ଆସିଥିଲେ । ମାଲକାନଗିରି ଓ କଳାହାଣ୍ଡି ପୋଲିସ ଜିଲ୍ଲାର ବିଭିନ୍ନ ପଦବୀରେ ରହି କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆସିଥିଲେ l ଗୋପାଳପୁର ବନ୍ଦର ଅଞ୍ଚଳ ତଥା ମେରାଇନ ଥାନା ଅଧୀନ ଅଞ୍ଚଳରେ ନାଇଟ ପେଟ୍ରୋଲିଂ ଜାରୀ ରହିବା ସାଂଗକୁ ଚୋରୀ, ରାହାଜନୀ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଭୂ-ସମ୍ପତ୍ତି, ସାମୁଦ୍ରିକ ଦ୍ରବ୍ୟ- କଞ୍ଚାମାଲ, ଆଇ.ଅର.ଇ.ଏଲ.ଇଣ୍ଡିଆ ଲିମିଟେଡ଼ ଏବଂ ଗୋପାଳପୁର ପୋର୍ଟ ଲିଃ. ଅଞ୍ଚଳର ସୁରକ୍ଷା ସହ ଲୋକଙ୍କ ଧନଜୀବନ ଉପରେ ନିରାପଦ ମଣିବା ଭଳି କାର୍ଯ୍ୟ ସୂଚାରୁ ରୂପେ ତୁଲାଇବାରେ ସହାୟକ ହେବେ ବୋଲି ଆଇ.ଆଇ.ସି. ଶ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି ।