ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ୪୫ନଂ ଆର୍ଓବିରେ କାର୍ଯ୍ୟକରୁଥିବା ୨ ଶ୍ରମିକଙ୍କ ଟ୍ରେନ୍ରେ କଟି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର-ଚନ୍ଦ୍ରନେଶ୍ୱର ରାସ୍ତାର ନୂଆବଜାରଠାରେ ନିର୍ମାଣାଧିନ ଥିବା ରେଳ ଓଭରବ୍ରିଜ୍ କାର୍ଯ୍ୟସାରି ସବୁଦିନ ପରି ପଶ୍ଚିମବଂଗଳାର ବିଭିନ୍ନ ଅଂଚଳରୁ ଶ୍ରମିକମାନେ ଆସିଥିଲେ । ରାତ୍ରୀ ୮ଟା ପରେ ସେମାନେ କାର୍ଯ୍ୟସାରି ପ୍ରତିଦିନ ପୁରୀ-ସାନ୍ତ୍ରାଗାଛି ଟ୍ରେନ୍ରେ ବେଲଦା ଫେରନ୍ତି । କିନ୍ତୁ ସେମାନେ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଏହି ରେଳ ଧାରଣାରେ ଯିବାକୁ ପଡିଥାଏ । ଗତ ଶନିବାର ରାତି ୮ଟାରରେ ଅପ୍ ଲାଇନ୍ାରେ ଚାଲିଚାଲି ଷ୍ଟେସନ ଆସୁଥିବା ବେଳେ ସେହି ଲାଇନ୍ରେ ପାଟଣା-ଏରାନାକୁଲମ ଟ୍ରେନ ଆସିବାରୁ ବାବୁ ଗିରି (୩୨), ନିତାଇ ମାନ୍ନା (୫୦)ଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଏମାନେ ଠିକା କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଆର୍ପି ଏଥିନେଇ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା