ଆଳୁ ଓ ପିଆଜର କୁତ୍ରିମ ଅଭାବ ଯୋଗୁଁ ଅହେତୁକ ମୂଲ୍ୟ ବୃଦ୍ଧି : ପ୍ରଶାସନ ହସ୍ତକ୍ଷେପ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ପରିବହନ ପ୍ରତି ବିଶେଷ ଅଂକୁଶ ଲଗାଯାଇନଥିଲେ ମଧ୍ୟ ଏହାକୁ ଆଳ କରି ଆଳୁ ଓ ପିଆଜର ଅହେତୁକ ମୂଲ୍ୟବୃଦ୍ଧି ହୋଇ ଚାଲିଛି । ଏଥିରେ ପ୍ରଶାସନ ହସ୍ତକ୍ଷେପ କରି ଆଳୁ ଓ ପିଆଜର ମୂଲ୍ୟବୃଦ୍ଧି ରୋକିବାକୁ ଦାବି ହୋଇଛି । ପଶ୍ଚିମବଂଗର ଗଡବେତା, ଚନ୍ଦ୍ରକଣା, ଖଡଗପୁର ଅଂଚଳର ଶୀତଳ ଭଂଣ୍ଡାରରୁ ଏବେ ଆଳୁ ଓଡିଶାର ବିଭିନ୍ନ ଅଂଚଳ ଭଳି ପ୍ରତିଦିନ ସଡକ ପଥରେ ଉତ୍ତର ବାଲେଶ୍ୱରକୁ ଆମଦାନୀ ହେଉଛି । ଏକ ହିସାବ ଅନୁଯାୟୀ ଜଳେଶ୍ୱରକୁ ହାରାହାରୀ ପ୍ରତିଦିନ ୬ଟ୍ରକ ଆଳୁ ପଶ୍ଚିମବଂଗରୁ ଓ ୨ ଟ୍ରକ ପିଆଜ ନାସିକ, ହାଇଦ୍ରାବାଦ ଅଂଚଳକୁ ପ୍ରବେଶ କରୁଛି । ସେହିପରି କମର୍ଦ୍ଦା ଅଂଚଳକୁ ୨ଟ୍ରକ ଆଳୁ, ଥାନା ଛକ ଓ ଦେଉଳାକୁ ୫ଟ୍ରକ ଆଳୁ ପ୍ରବେଶ କରୁଥିବାର ପଶ୍ଚିମବଂଗସ୍ଥିତ ଆଳୁବ୍ୟବସାୟସଂଘ ସଂପାଦକ କହିଛନ୍ତି । କିନ୍ତୁ ଏବେ ବିଭିନ୍ନ ପର୍ଯ୍ୟୟରେ ଛୋଟରୁ ବଡ ବ୍ୟବସାୟ ମାନେ ଚୋରାରେ ମହଜୁଦ ରଖୁଥିବାର ଖବର ମିଳିଛି । ପ୍ରତିଦିନ ସକାଳେ ଜଳେଶ୍ୱରରୁ ପିକ୍‌ଅପ୍ ଯୋଗେ ବିଭିନ୍ନ ଅଂଚଳକୁ ଆଳୁ, ପିଆଜ ଯାଉଥିବାର ଦେଖିବାକୁ ମିଳିଛି । ଦେଶରେ ଆଳୁ ଓ ପିଆଜର ଅଭାବନଥିବା ବେଳେ କରୋନା ପ୍ରାଦୁର୍ଭାବ ଯୋଗୁଁ ଆଳୁର ମୂଲ୍ୟ ୧୫ଟରୁ ଏବେ ୩୦ଟଙ୍କା ଓ ପିଆଜର ମୂଲ୍ୟ ୨୫ଟରୁ ୩୫ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଳୁ ଏକ ଅତ୍ୟାବଶ୍ୟକୀୟ ପରିବା ହୋଇଥିବାରୁଏହାର ଚାହିତ ଅଧିକ ହୋଇଥାଏ । ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟ କେତେକ ସୂତ୍ରରୁ ପ୍ରକାଶ ଆଳୁ ଆଣିବାକୁ ଗଲାବେଳେ ଦାନ୍ତୁନ ଓ ବେଲଦା ପୁଲିସ୍ ଷ୍ଟେସନର ମାତ୍ରଧିକ କାର୍ଯ୍ୟଯୋଗୁଁ ଆଳୁ ଆବଶ୍ୟକମତେ ଆସିପାରୁନଥିବା କୁହାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା