

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମରେ ଏକ ଅନଲାଇନ ବ୍ୟବସାୟ ପ୍ରତିଷ୍ଠାନ ଆଶା ଡଟ କମ ଉଦଘାଟନ କଲେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ. ତିରୁପତି ପାଣିଗ୍ରାହୀ । ଏହି ପ୍ରତିଷ୍ଠାନଟି ଅନ ଲାଇନ ଓ ଅଫ ଲାଇନରେ ଖୁଚୁରା ଓ ପାଇକାରି ମୂଲ୍ୟରେ ଗ୍ରାହକକୁ ବିକ୍ରି କିରାଯିବ ବୋଲି କହିଛନ୍ତି ଏହି ପ୍ରତିଷ୍ଠାନର ପ୍ରତିଷ୍ଠାତା ପ୍ରବୀନ କୁମାର ଲିମା (ରୀଙ୍କୁ) ଜଣାଇଛନ୍ତି । ଏହି ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗମାଙ୍ଗ କଂଗ୍ରେସ ଯୁବନେତା ସୂର୍ଯ୍ୟନାରାୟଣ ପାତ୍ର, ଯୁବନେତା କୃଷ୍ଣ କୁମାର ବେହେରା, ବାପି ପଣ୍ଡା, ଦିପୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
