ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ମୁକାବିଲା ଯୋଗୁ ଲକ୍ଡାଉନ୍ ତୃତୀୟ ପର୍ଯ୍ୟାୟ ମଇ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଛି । ଏହାରି ଭିତରେ ଗତକାଲି ଟ୍ରେନ୍ ସେବା ଆରମ୍ଭ ହେବାର ଖବର ମିଳିଥିବା ବେଳେ କଟକ ଓ ଭୁବନେଶ୍ୱରରେ ବସ୍ ଗଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି । ଏହାସହ ସହିତ ସରକାରୀ ବସ୍ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍ ଚଳାଚଳ କରିବ । ଯାତ୍ରା ସମୟରେ ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ । ଯେହେତୁ ଅଧା ସିଟ୍ରେ ଲୋକ ଯିବେ, କ୍ଷତି ହ୍ରାସ ପାଇଁ ଭଡ଼ା ଦୁଇଗୁଣ ହେବ ତେଣୁ ଯାତ୍ରୀଙ୍କୁ ଦୁଇଗୁଣା ଭଡ଼ା ଦେବାକୁ ପଡ଼ିବ । ଭଡ଼ା ଦୁଇଗୁଣ ଦ୍ୱାରା ମାଲିକମାନେ ବି ଆଉ କ୍ଷତିଗ୍ରସ୍ତ ହେବେନାହିଁ । ସେହିପରି ଗ୍ରିନ ଜୋନରେ ବସ ଗଡ଼ିବା ପ୍ରସଙ୍ଗରେ ମଧ୍ୟ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ନିଆଯିବ । ଏହା ଗ୍ରିନ ଜୋନ୍ ଅଞ୍ଚଳବାସୀଙ୍କ ପାଇଁ ଏକ ପ୍ରକାର ଖୁସି ଖବର ରହିଛି ।
ରିପୋର୍ଟ : ଆକାଶ ମିଶ୍ର