ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡିଶା ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଅବଦାନ ରଖିଥିବା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ ବିଦ୍ୟାଳୟର ସମସ୍ତ ପୂରାତନ ଛାତ୍ର ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ୮୫ରୁ ଅଧିକ ପୂରାତନ ଛାତ୍ର ଏବଂ ଏଠାରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୂରାତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟର ସଭ୍ୟ ରମେଶ ଚୈାଧୁରି, କେ. ରାମସ୍ଵାମୀ, ରାଜେନ୍ଦ୍ର ବେହେରା, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁଦିନ ହେଲା ଯୋଜନା କରାଯାଉଥିବା ବେଳେ ଆସନ୍ତା ୧୫ ତାରିଖ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ପୂରାତନ ଛାତ୍ରମାନେ ମଧ୍ୟ ଏହାର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି ବୋଲି ସେ କହିଛନ୍ତି ।
ରିପୋର୍ଟ – କୃଷ୍ଣ କୁମାର ବେହେରା