

ଭୁବନେଶ୍ୱର(ସମୃଦ୍ଧଓଡିଶା) (୩୦/୧୧): ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୫ତମ କୋଣାର୍କ ଉତ୍ସବ। ୧ ଡିସେମ୍ବର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମୁକ୍ତାକାଶ ରଙ୍ଗମଞ୍ଚ, କୋଣାର୍କ ଠାରେ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୫ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀୟାଟ୍ଟମ, କୁଚିପୁଡ଼ୀ, ଭାରତନାଟ୍ୟମ ଆଦି ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ସମସ୍ତ ଗଣମାଧ୍ୟମର ସଦୟ ଅବଗତି ନିମନ୍ତେ ଏଠାରେ ସଂଲଗ୍ନ କରାଗଲା।
ରିପୋର୍ଟ : ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଓ ରଜତ ମହାପାତ୍ର