

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ତା ୨୬/୦୫/୧୯ ରିଖ ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ADIV) Group ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ନବମ ଥର ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଏହି କାର୍ଯ୍ୟକ୍ରମରେ ଏରାବିକ୍ସ ଡେଡିକେସନ ଇନ୍ ଭିମ୍ (ADIV)ର ୧୨ ଜଣ ସଦସ୍ୟ ରକ୍ତ ଦାନ କରିଥିଲେ ସେଥିମଧ୍ୟରୁ ୪ ଜଣ ପ୍ରଥମ ଥର ଓ ୨ଜଣ ମହିଳା ଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲିପ୍ କୁମାର, ପରିଷଦର ସଭାପତି ସାଗର କୁମାର ପାତ୍ର, ସଞ୍ଜୟ ପାତ୍ର, ସୁଶିଲ କୁମାର, ବନମାଳୀ ପ୍ରଧାନ, ସନିଆ ଗୈ।ଡ, ବି.ସୂର୍ଯ୍ୟନାରାୟଣ ପାତ୍ର, ଏ.ଡି.ଆଇ.ଭି ର ମୁଖ୍ୟ ଜି.ଆଦିନାରାୟଣ ପାତ୍ର, ନଳିନୀ କାନ୍ତ ତ୍ରିପାଠୀ, ବାଦଲ କୁମାର, ସତ୍ୟନାରାୟଣା, ସର୍ବେଶ୍ବର, ସମାଜସେବୀ ସବିତା ସାହୁକାର ଓ ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରେ ରକ୍ତ ଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ପ୍ରକାଶ ଥାଉକି ସମସ୍ତ ୦୯ ଗୋଟି ଶିବିରରେ ସମୁଦାୟ ୧୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




