

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ପ୍ରଭାବରୁ ରକ୍ତ ଭଣ୍ଡାରରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଭିନ୍ନ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ମାନଙ୍କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଏହି ଶିବିରରେ ସମୁଦାୟ ୧୩ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ
ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଓ ଆଞ୍ଚଳିକ ବିକାଶ ପରିଷଦର ସଂପାଦକ ବିଜେନ୍ଦ୍ର ମାଝୀଙ୍କ ସଂଯୋଜନାରେ ରକ୍ତ ଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ ଓ ସୁସ୍ମିତା ବେହେରା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ପ୍ରସାଦ ଦାସ, ସତ୍ୟ ନାରାୟଣ ଦାସ, ସ୍ବେଚ୍ଛାସେବୀ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବ ବ୍ୟାପି କରୋନା ଭୁତାଣୁ ସଂକ୍ରମଣ ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବକୁ ଦୂର କରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି । ଆଜିର ଶିବିରରେ ଲାଞ୍ଜିଆ ଗ୍ରାମର ନଅ ଜଣ ଯଥା ଦେବଦତ୍ତ ଗୌଡ଼, ଦୁର୍ଗା ପ୍ରସାଦ ପଣ୍ଡା, ବଳରାମ ଗୌଡ଼, ମିନି କେତନ ଗୌଡ଼, ଅମୁଲ୍ୟ ଗୌଡ଼, ନରସିଂହ ଗୌଡ଼, ରାଜୀବ ଗୌଡ଼,
କାଳୁ ଗୌଡ଼, ପ୍ରତାପ ଗୌଡ଼ ଓ ବ୍ରହ୍ମପୁରର ତିନି ଜଣ ଗଣେଶ ପାଣିଗ୍ରାହୀ, ଆଶୀତ ସରିଫ, ଗଣେଶ ସେଠୀ, ପ୍ରମୁଖ ରକ୍ତ ଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

