ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଆସିକାଓ ଭଞ୍ଜନଗର ପୋଲିସ ଉପଖଣ୍ଡ ସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ବିଗତ ଦିନରେ ଓ ଆସନ୍ତା ମଇ ୨୩ରେ ନିର୍ବାଚନର ଭୋଟ ଗଣତି ପରକୁ ଆଖିଆଗରେ ରଖି ନିର୍ବାଚନ ସଂକ୍ରାନ୍ତୀୟ ଗଣ୍ଡଗୋଳ ନହେବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଉତେଜନାପୂର୍ଣ ଅଞ୍ଚଳଗୁଡିକରେ ଗଣ୍ଡଗୋଳ ସାମାନ୍ୟ ସମ୍ଭାବନା ରହିଛି । ଏହାକୁ ନଜରେ ରଖି ସେହି ଅଞ୍ଚଳଗୁଡିକକୁ ଏବେ ଠାରୁ ତୀକ୍ଷଣ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ ଏସପି ଶ୍ରୀରାଏ ନିର୍ଦ୍ଦେଶ ଦେଇଥିଲେ । ଥାନାଗୁଡିକରେ ରହିଥିବା ପୁରୁଣା କେସଗୁଡିକର ତୁରନ୍ତ ତଦନ୍ତ କରି ସାରିବାକୁ ମଧ୍ୟ ଏସପି ଶ୍ରୀ କହିଥିଲେ । ସମୀକ୍ଷା ବୈଠକର ପ୍ରାରମ୍ଭରେ ୨୦୧୯ ସାଧାରଣ ନିର୍ବାଚନ ଓ ଫନି ଝଡ଼ ବାତ୍ୟାରେ ସମସ୍ତ ପୋଲିସ ଅଧିକାରୀମାନେ ସଫଳ ମୁକାବିଲା କରିଥିବାରୁ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ଏସପି ଶ୍ରୀ ରାଏ ଧନ୍ୟବାଦ ଜଣାଇଥିଲେ । ଏହି ସମୀକ୍ଷା ବୈଠକରେ ଗଂଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ସୀତାରାମ ଶତପଥୀ, ହେଡକ୍ୱାଟର ଡ଼ିଏସପି ଦିଲ୍ଲୀପ ଦାସ, ଡିଆଇବି ଡ଼ିଏସପି ପି.କେ.ଦଲାଇ, ଡ଼ିଏସପି ସମୁଲିସ ପ୍ରଧାନ, ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଭଞ୍ଜନଗର ଏସଡ଼ିପିଓ ସୁଧାଂଶୁ ଶେଖର ଶତପଥୀ, ପୋଲିସ ରିଜର୍ଭ ଇନିସପେକ୍ଟର ସୁବଳ ସୋରେନଙ୍କ ସମେତ ସମସ୍ତ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା