


ଆସିକା(ସମୃଦ୍ଧଓଡିଶା)ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ଅନର୍ସ ଛାତ୍ର ଶ୍ରୀ ଗଣେଶ ସ୍ବାଇଁ ୧୨୯୪ ମାର୍କ ରଖି ସ୍ନାତକ ହିନ୍ଦୀ ଭାଷା ସାହିତ୍ୟରେ ଏବଂ ଜନୈକ ଅନର୍ସ ଛାତ୍ରୀ ରଶ୍ମୀରେଖା ପୋଲାଇ ୧୩୨୫ ମାର୍କ ରଖି ସ୍ନାତକ ରସାୟନ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଳଂକୃତ କରି ସଫଳତା ହାସଲ କରିଛନ୍ତି। ଛାତ୍ର ଶ୍ରୀ ସ୍ବାଇଁ ଆସିକା ବ୍ଳକ ଅଧୀନସ୍ଥ ଋଷିପୁର ଗ୍ରାମ ନିବାସୀ ଶ୍ରୀ କାଳୁ ସ୍ବାଇଁ ଏବଂ ଶ୍ରୀମତୀ ସୁକାନ୍ତି ସ୍ବାଇଁଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି। ଛାତ୍ରୀ ସୁଶ୍ରୀ ପୋଲାଇ କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ନନ୍ଦିଆଗଡା ଗ୍ରାମ ନିବାସୀ ଶ୍ରୀ ଶରତ ପୋଲାଇ ଏବଂ ଶ୍ରୀମତୀ ଆରତୀ ପୋଲାଇଙ୍କ ସୁଯୋଗ୍ୟା କନ୍ୟା ଅଟନ୍ତି। ଉଭୟେ ଏହି ସଫଳତାର ଶ୍ରେୟ ନିଜର ଅକ୍ଳାନ୍ତ ପରିଶ୍ରମ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପରିମାର୍ଜିତ ଶୈକ୍ଷିକ ବାତାବରଣ ଏବଂ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟ ଏବଂ ସଦସ୍ୟା ବୃନ୍ଦଙ୍କ ଯୋଜନାବଦ୍ଧ ପଦକ୍ଷେପ, ହିନ୍ଦୀ ବିଭାଗ ମୁଖ୍ୟ ଡ. ଜିନିତ୍ ସବା, ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ ଏବଂ ସୁଶ୍ରୀ କୁନିକା ଦାଶ ତଥା ଏବଂ ରସାୟନ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚୌଧୁରୀ, ବରିଷ୍ଠ ରିଡର ପ୍ରଫେସର ଜନାର୍ଦ୍ଦନ ସାହୁ, ଶ୍ରୀ ଚନ୍ଦନ ମାରାଣ୍ଡି ଏବଂ ଅଧ୍ୟାପିକା ସୁଶ୍ରୀ ମାଧୁରୀ ହେମମ୍ବ୍ରମ ଏବଂ ପ୍ରୟୋଗଶାଳା ଶିକ୍ଷକ ଦ୍ବୟ ଶ୍ରୀ ଧନଞ୍ଜୟ ମହାପାତ୍ର ଏବଂ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଳିଷ୍ଠ ପ୍ରେରଣା ତଥା ମାର୍ଗ ଦର୍ଶନକୁ ଏବଂ ପରିଶେଷରେ ଈଶ୍ବରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟ ବିଭାଗଗୁଡିରର ସ୍ନାତକ ଫଳାଫଳ ମଧ୍ୟ ଅତ୍ୟନ୍ତ ଉନ୍ନତମାନର ପରଲକ୍ଷିତ ହୋଇଅଛି। ସେହି ବିଭାଗ ଗୁଡିକ ହେଲା – ଅର୍ଥନିତୀର ଛାତ୍ରୀ ସୁଶ୍ରୀ ସରସ୍ବତୀ ବେହେରା ଦ୍ବିତୀୟ ସ୍ଥାନ (୧୧୬୦), ଇଂରାଜୀର ଛାତ୍ରୀ ନବମ ସ୍ଥାନ ଇପ୍ସିତା ପ୍ରଧାନ (୧୦୨୦), ଅଲିପ୍ସା ସ୍ବାଇଁ ଦଶମ ସ୍ଥାନ (୧୦୧୮), ହିନ୍ଦୀ ଭାଷା ସାହିତ୍ୟର ଛାତ୍ରୀ ସୁଶ୍ରୀ କୁମକୁମ୍ ପାଣିଗ୍ରାହୀ ଦ୍ବିତୀୟ ସ୍ଥାନ (୧୨୮୩), ଇପ୍ସିତା ସ୍ବାଇଁ ତୃତୀୟ ସ୍ଥାନ (୧୨୬୬), ପ୍ରିୟଦର୍ଶନୀ ପାଣିଗ୍ରାହୀ ଚତୁର୍ଥ ସ୍ଥାନ (୧୨୫୬), କୁଞ୍ଜଲତା ନାହାକ ପଞ୍ଚମ ସ୍ଥାନ (୧୨୫୦), ମଧୁସ୍ମିତା ପାଣିଗ୍ରାହୀ ଷଷ୍ଠ ସ୍ଥାନ (୧୨୪୮), ଜଶମିନ୍ ସ୍ବାଇଁ ସପ୍ତମ ସ୍ଥାନ (୧୨୪୭), ପ୍ରିୟଙ୍କା କୁମାରୀ ବିଶ୍ବାଳ ଅଷ୍ଡମ ସ୍ଥାନ (୧୨୩୯), ଶ୍ରାବଣି ଜେନା ନବମ ସ୍ଥାନ (୧୨୩୮), ଇତିହାସ ବିଭାଗରେ ସୁଶ୍ରୀ ସୁଭଶ୍ରୀ ବିଷୋୟୀ ଷଷ୍ଠ ସ୍ଥାନ (୧୧୪୮), ରୋଜୀ ବିଷୋୟୀ ସପ୍ତମ ସ୍ଥାନ (୧୧୪୨), ରାଜନିତୀ ବିଜ୍ଞାନ ବିଭାଗର ଜନୈକ ଛାତ୍ରୀ ସୁଶ୍ରୀ ଊର୍ମିଳା ପ୍ରଧାନ ତୃତୀୟ ସ୍ଥାନ (୧୧୭୧), ଓଡ଼ିଆ ବିଭାଗର ସୁଶ୍ରୀ ଜ୍ୟୋତିର୍ମୟୀ ପାଣିଗ୍ରାହୀ ଦ୍ବିତୀୟ ସ୍ଥାନ (୧୧୬୯), ମୟୁରୀ କୁମାରୀ ରାଉତ ଚତୁର୍ଥ ସ୍ଥାନ (୧୧୪୪), ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଜନୈକ ଛାତ୍ରୀ ସୁଶ୍ରୀ ପାୟଲ ବେହେରା ତୃତୀୟ ସ୍ଥାନ ଅଳଂକୃତ କରିଛନ୍ତି। ଏହି ସଫଳତାର ପ୍ରଚ୍ଛଦପଟରେ ମହାହିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପିକା ଏବଂ ଅଧ୍ୟାପକଙ୍କ ଯୋଗଦାନ ଏବଂ ମାର୍ଗଦର୍ଶନକୁ ଅତ୍ୟନ୍ତ ପ୍ରସଂଶନୀୟ ବୋଲି ଛାତ୍ରଛାତ୍ରୀମାନେ ଦୃଢୋକ୍ତି ରଖିଛନ୍ତି। ସୁଶ୍ରୀ ପୋଲାଇ ନିଜ ଭବିଷ୍ୟତ ଜୀବନକୁ ଏକ ରସାୟନିକ ବୈଜ୍ଞାନିକ ରୂପେ ଗଢ଼ିତୋଳିବା ପାଇଁ ମନସ୍ତ କରିଥିବା ବେଳେ ଛାତ୍ର ଶ୍ରୀ ସ୍ବାଇଁ ଭବିଷ୍ୟତରେ ହିନ୍ଦୀ ଅଧ୍ୟାପକ ହେବା ପାଇଁ ଅଭିଳାଷା ରଖିଛନ୍ତି। ସୂଚ଼ନା ଯୋଗ୍ୟ ଆଜକୁ ପ୍ରାୟ ଦୀର୍ଘ ୧୫ ବର୍ଷ ହେଲା ଜାତୀୟ ରାଷ୍ଟ୍ରଭାଷା ହିନ୍ଦୀ ବିଭାଗରେ ଆସିକା ବିଜ୍ଞାନ ମହାହିଦ୍ୟାଳୟର ହିନ୍ଦୀ ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଲଗାତାର ସର୍ବଶ୍ରେଷ୍ଠ ରୂପେ ଯୋଗ୍ୟ ବିବେଚିତ ହୋଇଆସୁଛନ୍ତି ଏବଂ ବିଗତ ବର୍ଷରେ ଦୁଇ ଥର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଦୁଇ ଜଣ ହିନ୍ଦୀ ସମ୍ମାନର ମେଧାବୀ ଛାତ୍ରୀ ଗୋଲ୍ଡ ମେଡାଲ୍ ମଧ୍ୟ ପାଇଛନ୍ତି।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ