

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ଗୋଶାଣୀ ନୂଆଗାଁ ଉତ୍ତେଶ୍ୱର ମନ୍ଦିର ଛକଠାରେ ପ୍ରତୀ ବର୍ଷ ପରି ଏହି ବର୍ଷ ମଧ୍ୟ ଜାକଜମକରେ ପାଳିତ ହୋଇଯାଇଛି ମା ଗଜ ଲକ୍ଷ୍ମୀ ପୂଜା । ଏହି ପୂଜା ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରେସିଡେଣ୍ଟ ଲଲିତ ମଙ୍ଗରାଜ, ସେକ୍ରେଟାରୀ ପ୍ରମୋଦ ପାଢ଼ୀ, ଶିବ, ନରସିଂହ ସାହୁ, ଗୋପାଳ ସାହୁ, ମୁନା, ଡୁବୁନୁ ପାତ୍ର । ଏହି ଅବସରରେ ପେଲେ ବେକ୍ ସିଙ୍ଗର ଆସୁତଶ ମାହାନ୍ତିଙ୍କ ଗିତରେ ଝୁମିଥିଲେ ଦର୍ଶକ । ସେହିପରି ସାହିନ୍ସା ମେଲଡି ଗ୍ରୁପ ଅନୁଷ୍ଠାନର କଳାକାରମାନେ ଦୀର୍ଘ ସମୟ ଧରି ଦର୍ଶକଙ୍କ ପାଇଁ ମନୋରଞ୍ଜନ ଯୋଗାଇଥିଲେ । ଏହାସହ ଗୋଶାଣୀ ନୂଆଗାଁ ପୋଲିସ କମିଟି ପକ୍ଷରୁ ପୋଲିସ କର୍ମୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କମିଟିର ସଭାପତି ଓ ଉପସଭାପତି କମିଟି ପକ୍ଷରୁ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



