ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା ) ବିଜେଡି ନେତା ତଥା ଆସ୍କା ଲୋକସଭା ସାଂସଦ ଶ୍ରୀଯୁକ୍ତ ଲଡୁ କିଶୋର ସ୍ୱାଇଁଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବୁଧବାର ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି।ରାଷ୍ଟ୍ରପତି କୋବିନ୍ଦ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି, ‘ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ ଏକ ଦୁଃଖଦ ଖବର। ସମାଜର ବିଭିନ୍ନ ଦିଗରେ ସେ କାମ କରିଛନ୍ତି। ତାଙ୍କ ପରିବାର, ସଂପର୍କୀୟ ଓ ସହକର୍ମୀଙ୍କ ସକାଶେ ମୋର ସମବେଦନା।’ ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହନ୍ତି, ‘ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ଦୁଃଖ। ଲଡୁ କିଶୋର ସ୍ୱାଇଁ ଗ୍ରାମୀଣ ବିକାଶ ପାଇଁ ଯାହା ସବୁ କାମ କରି ଯାଇଛନ୍ତି ତାହା ନିଶ୍ଚୟ ମନେରଖିବା ପରି। ସମାଜ ପାଇଁ ନିଜର ସେବା ପାଇଁ ସେ ସବୁବେଳେ ମନେ ରହିବେ।’ ଲଡୁ କିଶୋର କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ସେ ଗୁରୁତର ହେବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଭୁବନେଶ୍ୱରର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।