ଇ-ସ୍କୁଟର ଓଲା ମାଲିକଙ୍କ ବିରୁଦ୍ଧରେ ଖାଉଟି ଅଦାଲତରେ ମାମଲା ରୁଜୁ

ବ୍ରହ୍ମପୁର(ସମୃଦ୍ଧଓଡିଶା) ରାଜ୍ୟରେ ଇ-ସ୍କୁଟର ଓଲା କମ୍ପାନୀ ଲୋକଙ୍କୁ ଉଲ୍ଲା ବନାଉଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି ଏହା ବିରୁଦ୍ଧରେ ମୋକଦମା କରିବାକୁ ଆଗେଇ ଆସୁ ନ ଥିଲେ । ଅନେକ ଖାଉଟି ଇ-ସ୍କୁଟର ଓଲା କିଣି ଛନ୍ତି କିଛି ଦିନ ପାରେ ଖରାପ ହୋଇଗଲେ ଭଲ ସେବା ମିଳୁ ନ ଥିବା ଅଭିଯୋଗ କରି ଅନ୍ୟ ନାମିଦାମୀ କମ୍ପାନୀର ଗାଡି କିଣୁଛନ୍ତି । କିନ୍ତୁ ପ୍ରାୟତଃ କେହି କେଶଦର୍ଜ କରି ଆଉ ଅଧିକା ଖର୍ଚ୍ଚାନ୍ତ ହେବାକୁ ଯାଉ ନାହାନ୍ତି । ଏକଥା ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳେ । କିନ୍ତୁ ବ୍ରହ୍ମପୁରର ଜଣେ ମହିଳା କିଣି ଥିବା ଇ-ସ୍କୁଟର ଓଲାଟି ବାରମ୍ବାର ଖରାପ ହେବା ଓ ଦୋକାନୀ ଠିକ ଭାବରେ ସେବା ଯୋଗାଇ ନ ଦେବା ଯୋଗୁଁ  ସିଧା ଓଲ୍ଲା ମାଲିକଙ୍କ ବିରୁଦ୍ଧରେ ଖାଉଟି ଅଦାଲତରେ ମାମଲା ରୁଜୁ କରି ୫୭ ଲକ୍ଷ ୫୫ ହଜାର ଟଙ୍କା କ୍ଷତିପୂରଣ ଦାବୀ କରିଛନ୍ତି । ଉଲ୍ଳେଖ୍ୟ ଯେ  ଆଜିକୁ ପ୍ରାୟ ବହୁତ୍ ଦିନ ହେବ ଓଲା ଲୋକଙ୍କୁ ଠକି ଆସୁଥିବା କଥା ବହୁ ଚର୍ଚ୍ଚିତ ହୋଇ ଆସିଛି। ଅନେକ ଲୋକ ଏହାକୁ କିଣି ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଠିକ ସେବା ପାଉ ନାହାନ୍ତି ଓ ଗାଡି ବାରମ୍ବାର ଖରାପ ହୋଉ ଥିବାରୁ ଏହାର ମୟାନୁଫେକଚରିଂ ଡ଼ିଫେକ୍ଟ ରହୁଛି ବୋଲି ଅଭିଯୋଗ ହେଉଛି । ତେବେ ଘଟଣାରୁ ପ୍ରକାଶ ଯେ   ଗତ ଡ଼ିସେମ୍ବର ୧୦, ୨୦୨୩ରେ ଇ-ସ୍କୁଟର ଓଲା ଗାଡ଼ି ପାଇଁ ବୁକିଂ କରିଥିଲେ ବ୍ରହ୍ମପୁର ଗୋବିନ୍ଦ ବିହାର ଅଞ୍ଚଳର ଜଣେ ମହିଳା । କମ୍ପାନୀ ଗାଡ଼ି ହସ୍ତାନ୍ତର ଅର୍ଥାତ ଡେଲିଭେରୀ କଲା ଡିସେମ୍ବର ୨୧ରେ ଅର୍ଥାତ  ଠିକ୍ ୧୧ ଦିନ ପରେ ଗାଡ଼ି ପାଇ ବହୁତ୍ ଖୁସିରେ ଗାଡ଼ି ଧରି ସେ ବାହାରକୁ ବାହାରିଥିଲେ କିନ୍ତୁ ସେ ଅସନ୍ତୋଷ ହୋଇଗଲେ ଓଲା ଉପରେ କାରଣ ଠିକ୍ ଗାଡ଼ି ପାଇବା ଦିନ ହିଁ ଗାଡ଼ିର ଟଚ୍ ସ୍କ୍ରିନ୍ କାମ କରିଲା ନାହିଁ । ଗାଡ଼ି ଠିକ ଭାବରେ ଷ୍ଟାର୍ଟ ହେଲା ନାହିଁ । ଏଭଳି ଅନେକ ଅସୁବିଧାର ସମ୍ମୁଖୀନ ହେଲେ । କିଛି ହିତାକାଂକ୍ଷୀ କହିଲେ ଓଲ୍ଲା କମ୍ପାନୀ ଗାଡ଼ି ଭଲ ନାହିଁ  ସୁଜୁକି ଗାଡ଼ି ଆଣି ଲୁନି । ଏଭଳି ଅନେକ ଅସୁବିଧା ସମ୍ମୁଖୀନ ହେବାପରେ  ସେ ଠିକ୍ ୧୫ ଦିନ ପରେ ଅଭିଯୋଗ କଲେ ଓଲାଦୋକାନୀକୁ । ଏହା ପରେ ସର୍ଭିସ୍ ସେଣ୍ଟର୍ ରେ ଗାଡ଼ି ଦେଲେ । ସର୍ଭିସ ସେଣ୍ଟର ଗାଡ଼ିକୁ ୧୫ ଦିନ ରଖିଲେ । ତାର ବ୍ୟାଟେରୀ ସହ ସ୍କ୍ରିନ୍ ମଧ୍ୟ ବଦଳାଇ ଗାଡ଼ି ଠିକ କରି ହସ୍ତାନ୍ତର କଲେ । ଆଶ୍ଚଯ୍ୟର କଥା ସେ ସର୍ଭିସ ସେଣ୍ଟରରୁ ବାହାରି କିଛି ବାଟ ଆସିବା ବେଳେ ରୋଡ଼ ଉପରେ ଗାଡି ହଟାତ୍ ବନ୍ଦ ହୋଇଯିବା ଯୋଗୁଁ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଲା କିନ୍ତୁ ବେଶ୍ କିଛି କ୍ଷତି ହୋଇ ନ ଥିଲା । ରାସ୍ତାରେ ଯାଉଥିବା କିଛି ବାଟୋଇଙ୍କ ସହାୟତାରେ ଗାଡିଟି ଷ୍ଟାର୍ଟ ହେଲା । ସେ ସୁରକ୍ଷିତ ଘରେ ପହଞ୍ଚି ଗଲେ । ଜଣେ ମହିଳା ଏଭଳି ଗାଡ଼ି କିଣି ରାସ୍ତାରେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେବା ଉଚିତ କି ? ତେଣୁ ସେ ଏହି ଖରାପ ଗାଡ଼ିକୁ ଫେରାଇ ନେଇ ତୁରନ୍ତ ନୁଆଁ ଗାଡ଼ି ଦେବାକୁ ଦୋକାନୀକୁ ସେ ଅନୁରୋଧ କଲେ ଓ ବାରମ୍ବାର ଲିଖିତ ଭାବେ ଜଣାଇଲେ ତଥାପି କେହି ଶୁଣିଲେ ନାହିଁ  । ସବୁଆଡୁ ହଇରାଣ / ହାରାସ ହେବା ପରେ ସେ ଆଇନର ସହାୟତା ପାଇଁ ନିଷ୍ପତ୍ତି ନେଲେ । ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ  ସୁଜିତ୍ କୁମାର ପଟ୍ଟନାୟକଙ୍କ ଦ୍ବାରା ଲିଗାଲ ନୋଟିସ୍  ଦୁଇ ଦୁଇ ଥର ପଠାଇଲେ । ଗାଡ଼ି ଭଲ ଭାବେ ତିଆରି କର କିମ୍ବା ନୁଆଁ ଗାଡ଼ି ଦିଅ । ତଥାପି କିଛି ଉତ୍ତର ଆସିଲା ନାହିଁ ତିନି ମାସ ବିତିଗଲା । ଶେଷରେ ସେ ବାଧ୍ୟ ହୋଇ ଖାଉଟି ଅଦାଲତର ଦ୍ୱାରସ୍ତ ହେଲେ । ଆଇନଜୀବୀ ସୁମିତ୍ କୁମାର ପଟ୍ଟନାୟକଙ୍କ ସହ ପରାମର୍ଶ କରି ବ୍ରହ୍ମପୁର ଜିଲ୍ଲା ଖାଉଟି ଅଦାଲତରେ ଇ-ସ୍କୁଟର ଓଲା କମ୍ପାନୀ ମାଲିକଙ୍କ ବିରୁଦ୍ଧରେ କ୍ଷତିଭରଣ ବାବଦରେ କମ୍ପାନୀ ୫୭ ଲକ୍ଷ ୫୫ଟଙ୍କା ଦାବୀ କରି ମହିଳା ଜଣକ ଗତ  ୨୩ ଅଗଷ୍ଟ ୨୦୨୪ ତାରିଖରେ ମାମଲା ରୁଜୁ କରିଛନ୍ତି । ଜିଲ୍ଳା  ଖାଉଟି ଅଦାଲତରେ କେଶ୍ ନମ୍ବର CC/112/2024ରେ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡିଛି । ତେବେ ଇ-ସ୍କୁଟର ଓଲା କମ୍ପାନୀ ବିରୁଦ୍ଧରେ ରାଜ୍ୟରେ ଏହା ପ୍ରଥମ କେଶ୍ ବୋଲି ଜଣାପଡିଛି । ଏହା ପରେ ଓଲା କମ୍ପାନୀ ସୁଧାର ଆଣିବା ସହ ଲୋକଙ୍କୁ ଠିକ୍ ସର୍ଭିସ୍ ଦେବ ବୋଲି ବୁଦ୍ଧିଜୀବୀ ଆଶା କରିଛନ୍ତି ।