ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଅଗ୍ରଣୀ ମହିଳା ଅନୁଷ୍ଠାନ ଇନରହ୍ବିଲ କ୍ଲବ ବ୍ରହ୍ମପୁରରୁ ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ବିଶିଷ୍ଟ ସମାଜସେବିକା ଶ୍ରୀମତି ବନ୍ଦିତା ତ୍ରିପାଠୀ ସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ରତ୍ନମଣି କଟନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ଭାବରେ ୟୁ. ଜାନକୀ, ଜନସମ୍ପର୍କ ଅଧିକାରୀ ଭାବେ ଇଶଙ୍କା ସାହୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବ୍ରୁତା ପଣ୍ଡା, ପି. ଆଶାରାଣୀ, ପି. ଦିବ୍ୟ ରୁପା, ଭି. କଳ୍ପନା, ରୁବି ଖେମଣି, ପି. ଭାନୀ, ପ୍ରତିଭା ଅଗ୍ରୱାଲ, ଜେ.ସୁଧାରାଣୀ, ଜେ.ଦୀପା, କେ. ଦୀପା, ଗୌରୀ ପାତ୍ର, ନୂତନ ସ୍ୱାଇଁ, ସିଲା ସରୋଜା, ଜେ. ଗାୟତ୍ରୀ, ଜେ. ମାଧବୀ, ସକିଲା ବେଗମ, ଶ୍ରାବଣୀ ଟି, ସୋନାଲି ହାଜରା ଆଦି କର୍ମକର୍ତ୍ତା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଇନର ହ୍ୱିଲ କ୍ଲବ ପକ୍ଷରୁ ଚଳିତ ବର୍ଷ ବ୍ରହ୍ମପୁର ସହରର ଉନ୍ନତି ନିମନ୍ତେ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯିବ ବୋଲି ସଭାନେତ୍ରୀ ଶ୍ରୀମତି ବନ୍ଦିତା ତ୍ରିପାଠୀ ସୁଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା