

ଛତ୍ରପୁର:(ଗଞ୍ଜାମ ଜିଲ୍ଲା ପ୍ରତିନିଧି)ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା। ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରେ ଇନ୍ଦିରା ଗାନ୍ଧୀଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଦେଇ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଶ୍ରୀ ଭାଗିରଥି ବେହେରା, ବରିଷ୍ଠ କଂଗ୍ରେସ ନେତା ଅଶୋକ ପଟ୍ଟନାୟକ, ଯୁବ ନେତା ଶିବ ପ୍ରସାଦ ବେହେରା (ବଳିଆ), ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସ ମିଡ଼ିଆ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗେସ ସଭାପତି ଚକ୍ରପାଣି ପଲାଇ, ଆଇନ୍ ଜୀବି ବାବୁ ନାହାକ, ମୋହନ ବେହେରା, ଭବାନୀ ବେହେରା, କୁନି ନାୟକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଦିବସ ପାଳନ ଅବସରରେ ଛତ୍ରପୁର କଂଗ୍ରେସ କର୍ମୀ ମାନେ ଇନ୍ଦିରା ଗାନ୍ଧୀ ଙ୍କ ବଳିଦାନ ଏକ ସ୍ମରଣୀୟ ହୋଇ ରହିଛି l ଏହା ଦେଖି ସ୍ଥାନୀୟ ରାଜନୈତିକ ମହଲରେ ବହୁ ଆଲୋଚନା ଜାରି ରହିଛି l
ରିପୋର୍ଟ୍ : ରଜତ ପଟ୍ଟନାୟକ
