ଦ୍ଵିତୀୟ ପର୍ଯ୍ୟାୟରେ ଇଭିଏମ୍ ଓ ଭି.ଭି.ପାଟ୍ ମାଧ୍ୟମରେ ଭୋଟଦାନ କରିବା ନିମନ୍ତେ ସଚେତନତା ଅଭିଯାନ…

ଗଜପତି (ସମୃଦ୍ଧ ଓଡିଶା) ଜିଲ୍ଲାର ସମସ୍ତ ଭୋଟରମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇଭିଏମ୍ ଓ ଭି.ଭି.ପାଟ୍ ମାଧ୍ୟମରେ ଭୋଟଦାନ କରିବା ନିମନ୍ତେ ଦ୍ଵିତୀୟ ପର୍ଯ୍ୟାୟରେ ଇଭିଏମ୍ ଓ ଭି.ଭି.ପାଟ୍ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ମାର୍ଚ୍ଚ ୬, ୨୦୧୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରତେକ ବ୍ଳକ ତଥା ପୌରପାଳିକାର ପ୍ରତ୍ୟେକ ଗ୍ରାମରେ ଏବଂ ସହରରେ ଦିନ ୮ଟା ରୁ ୫ଟା ମଧ୍ୟରେ ପ୍ରଦର୍ଶନ କରାଯିବ । ଭୋଟର ମାନେ ନିଜେ ଏହି ଇଭିଏମ୍ ଓ ଭି.ଭି.ପାଟ୍ ଉପଯୋଗ ବିଷୟରେ ଜାଣିପାରିବେ । ଏହି କାର୍ଯ୍ୟକ୍ରମ ୨୫ ଦିନ ଧରି ଚାଲୁ ରହିବ । ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ୧୪ ଟି ଦଳ ୧୧୯୭ ସ୍ଥାନରେ ପ୍ରଦର୍ଶନ କରିଥିଲେ ଏବଂ ସେଥିରେ ଜିଲ୍ଲାର ୯୪୨୪୮ ଜଣ ମତଦାନ ମକପୋଲରେ ଭାଗ ନେଇଥିଲେ । ତେଣୁ ଏହି ଦ୍ଵିତୀୟ ପର୍ଯ୍ୟାୟ ଇଭିଏମ୍ ଓ ଭି.ଭି.ପାଟ୍ ସଚେତନତା ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି ।

ରିପୋର୍ଟ : ସୁଜିତ ପ୍ରଧାନ