‘ଇଭିଏମ୍ ହଟାଓ,ଦେଶ ବଞ୍ଚାଅ’ଦାବିରେ ପୁଣି ଆନ୍ଦୋଳନ କରିବେ ମମତା ବାନାର୍ଜୀ….

କୋଲକାତା(ସମୃଦ୍ଧ ଓଡିଶା)ଗତ ସାଧାରଣ ନିର୍ବାଚନରେ ବିଜେପିର ଆଶାତୀତ ବିଜୟନେଇ ଏବେ ସାରା ଦେଶରେ ଇଭିଏମ ମେସିନ ଉପରେ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ୍ ହଟାଇବା ଦାବିରେ ଏକ ହେବା ପାଇଁ ୨୩ ବିରୋଧୀ ଦଳକୁ ଆହ୍ୱାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଇଭିଏମ୍ ବଦଳରେ ବ୍ୟାଲଟ ପେପର ବ୍ୟବହୃତ ଦାବି କରି ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି । ସୂଚନାଯୋଗ୍ୟ ଯେ ନିର୍ବାଚନ ବେଳେ ଟିଏମସି ସମେତ ୨୩ ବିରୋଧୀ ନିର୍ବାଚନରେ ଇଭିଏମ୍ ହଟାଇବା ଦାବି କରି ଆନ୍ଦୋଳନ କରିଥିଲେ। ଏମିତିକି ବ୍ୟାଲଟ ପେପର ବ୍ୟବହାର ପାଇଁ ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଦାବି ମଧ୍ୟ କରିଥିଲେ। ହେଲେ ନିର୍ବାଚନ କମିଶନ ବିରୋଧୀଙ୍କ ଦାବିକୁ ଖାରଜ କରି ଦେଇଥିଲେ । ସାଧାରଣ ନିର୍ବାଚନରେ ବିଜେପି ପାଖରୁ ହାରିବା ପରେ ଗତକାଲି ମମତା ବାନାର୍ଜୀ ବିଧାୟକ, ମନ୍ତ୍ରୀ ଏବଂ ନବ ନିର୍ବାଚିତ ସାଂସଦଙ୍କୁ ଡ଼ାକି ବୈଠକ କରିଥିଲେ। ଦୁଇ ଘଣ୍ଚା ଧରି ବୈଠକ କରିବା ପରେ ନିର୍ବାଚନରେ ଇଭିଏମ୍ ହଟାଇବା ଦାବିରେ ଆନ୍ଦୋଳନ ହେବ ବୋଲି ଦଳ ନିଷ୍ପତ୍ତି ନେଇଛି। ଆମେରିକା ଭଳି ଅନେକ ଦେଶ ଇଭିଏମ୍ ମେସିନକୁ ବ୍ୟାନ କରିଛି, ତେଣୁ ଭାରତ ମଧ୍ୟ ଇଭିଏମକୁ ବାତିଲ କରିବା ଦରକାର ବୋଲି ସେ କହିଛନ୍ତି । ରାଜ୍ୟରେ ବିଜେପି ଅର୍ଥବଳ, ସରକାରୀ କଳର ଅପବ୍ୟବହାର କରି ଆଗକୁ ବଢ଼ିଛି ବୋଲି ମମତା କହିଛନ୍ତି। ଏବଂ ଏଥିପାଇଁ ବାମପନ୍ଥୀ ଦଳ ଭିତିରିଆ ଭାବରେ ବିଜେପିକୁ ସମର୍ଥନ ଦେଇଛି ବୋଲି ସେ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ଟିଏମସି ୨୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୮ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି । ପଶ୍ଚିମବଙ୍ଗ ରାଜ୍ୟ ଟି ଏମ ସି କବଜାରେ ଥିବା ବେଳେ ବିଜେପି ୧୮ ଟି ଆସନରେ ବିଜୟ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଆଲୋଚନା ହୋଇଥିଲା ଚଳିତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ଟିଏମସି ୨୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୮ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।