ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ମୁଖ୍ୟ ତଥା ବରିଷ୍ଠ ମହାପ୍ରବନ୍ଧକ କେ ଭି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଗ୍ରାମର ମୁଖ୍ୟ ମାନଙ୍କ ଉପସ୍ଥିତିରେ ଫଳ ଚାରା ବଣ୍ଟନ କରିଥିଲେ । ଥେରୁବାଲି, କାର୍ତ୍ତିକାଗୁଡା, କେଲିଗୁଡା, ଖେଦାପଡା, ଓ ଡୁମୁରିଗୁଡା ଗ୍ରାମ ପଞ୍ଚାୟତର ଶତାଧିକ କ୍ଷୁଦ୍ର ଓ ନାମ ମାତ୍ର ଫଳ ଚାଷୀଙ୍କୁ ଆମ୍ବ, ନଡିଆ ଇତ୍ୟାଦି ଫଳ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଇମ୍ଫା ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଫଳ ଚାଷୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇମ୍ଫା ମାନବ ସମ୍ବଳ ଓ ପ୍ରସାଶନ ବିଭାଗର ଉପ- ମହାପ୍ରବନ୍ଧକ ଶ୍ରୀ ଅଜୟ କୁମାର ବେହୁରିଆ, ସିଭିଲ ଡିପାର୍ଟମେଣ୍ଟର ମୁଖ୍ୟ ଜ୍ଞାନ ରଞନ ପଟ୍ଟନାୟକ, ପରିବେଶବିତ୍ ଗୌରବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ ଥେରୁବାଲି ଓ ଆଖପାଖ ଅଞ୍ଚଳରେ କଳା, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଓ ପରିବେଶର ବିକାଶ ପାଇଁ ଇମ୍ଫା ତରଫରୁ ଏହିଭଳି ଜନ ହିତକର କାର୍ଯ୍ୟମାନ ହାତକୁ ନିଆଯାଇଥାଏ । କାରଖାନାର ଏହି ମହତ ଦାନ ପାଇଁ ଥେରୁବାଲି ଅଞ୍ଚଳର ଫଳ ଚାଷୀମାନେ ଇମ୍ଫା କତ୍ତୄପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ