

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାସ୍ଥିତ କର୍ମଚାରୀ ଭବିଷ୍ୟନିଧି ସହକାରୀ ଆୟୁକ୍ତ ଆବେଶ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଇମ୍ଫା କମ୍ପାନୀ ପରିସରରେ ସତର୍କତା ଜାଗରଣ ସପ୍ତାହ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଶ୍ରମିକ, ଠିକାଦାର ଶ୍ରମିକ ଯୋଗ ଦେଇଥିଲେ । କର୍ମଶାଳାରେ ଉପସ୍ଥିତ କର୍ମଚାରୀମାନଙ୍କୁ ଭବିଷ୍ୟନିଧି ପାଣ୍ଠିର ସଦ୍ବିନିଯୋଗ ଓ ପରିଚାଳନା ବିଷୟରେ ରାୟଗଡାରୁ ଆସିଥିବା ଅଧିକାରୀମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ପରେ ପରେ ଏକ ଅଭିଯୋଗ ଶୁଣାଣି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ମଚାରୀମାନଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା । ଏଥିରେ ଅତିରିକ୍ତ ଆୟୁକ୍ତଙ୍କ ସହିତ ପି.କେ. ମହାରଣା(ଇଓ), ଏସ୍.ଏନ୍. ବେହେରା (ଇଓ) ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିରେ ଇମ୍ଫାର ଉପମହାପ୍ରବନ୍ଧକ ଅଜୟକୁମାର ବେହୁରିଆଙ୍କ ସହିତ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ପରିଚାଳକ ଅନାମଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ