

ଥେରୁବାଲି (ସମୃଦ୍ଧ ଓଡିଶା) ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୪୮ତମ ସୁରକ୍ଷା ସପ୍ତାହ ଉଦ୍ଦଘାଟିତ ହୋଇଯାଇଛି । ଇମ୍ଫା କାରଖାନାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ କେ ଭି ରାଓ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପିୟ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁରକ୍ଷା ସପ୍ତାହ ର ସୁଭ ଉଦ୍ଦ୍ ଘାଟନ କରିଥିଲେ । ଶ୍ରୀ ଡି ଡି ନାଏକ, ଶ୍ରୀ ଏସ୍ କେ ଶର୍ମା, ଓ ଶ୍ରୀ ଜେ ଏସ୍ କୁମାର ଉପସ୍ଥିତ କର୍ମଚାରୀମାନଙ୍କୁ ଓଡିଆ, ହିନ୍ଦୀ ଓ ଇଂରାଜୀରେ ସୁରକ୍ଷା ସମ୍ବନ୍ଧୀୟ ସପଥ ପାଠ କରାଇଥିଲେ । ଏହି ବର୍ଷର ସୁରକ୍ଷା ବାର୍ତ୍ତା “ରାଷ୍ଟ୍ର ନିର୍ମାଣ ନିମନ୍ତେ ସୁରକ୍ଷା ସଂସ୍କୃତି ବିକଶିତ କରନ୍ତୁ ଏବଂ ବଜାୟି ରଖନ୍ତୁ”ଙ୍କୁ ନେଇ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଇମ୍ଫା ଦ୍ଵାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପକୁ ଭୁୟଂଶି ପ୍ରସଂଶା କରିବା ସଙ୍ଗେ ସଙ୍ଗେ ସମସ୍ତେ ସୁରକ୍ଷା ବିଷୟରେ ଶଚେତନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଇମ୍ଫା ଥେରୁବାଲିର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ରାଓ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ହୋଇ କାମ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ସମ୍ବନ୍ଧୀୟ ଶଚେତନ କରାଇ ପରିବାର ବର୍ଗ ଙ୍କ ସହ ଖୁସିରେ ରହିବା ପାଇଁ ଉପଦେଶ ଦେଇଥିଲେ । ଏହା ସହିତ କମ୍ପାନୀ ଦ୍ବାରା ନିଆଯାଇଥିବା ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପକୁ ସମସ୍ତେ ମାନି କାମକରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପୀ ପାଳନ ହେଉଥିବା ସୁରକ୍ଷା ସପ୍ତାହ ଅବସରରେ ଇମ୍ଫାର ସମସ୍ତ କର୍ମଚାରୀ, ଗୃହିଣୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁରକ୍ଷା ସମ୍ବନ୍ଧୀୟ ଶଚେତନ ମୂଳକ ପ୍ରତିଯୋଗିତା ଏବଂ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଶ୍ରୀ କେ ଭି ରାଓଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଶ୍ରୀ ଜେ ଏସ୍ କୁମାର ପରିଚାଳନା କରିବା ସହିତ ସୁରକ୍ଷା ବିଭାଗର ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

