ଇସକଫ ସର୍ବଭାରତୀୟ ସମ୍ମିଳନୀ:ଜାତୀୟ ପରିଷଦରେ ଗଞ୍ଜାମର ତିନି ଆଇନଜିବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ଇସକଫର ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଗତ ୨୨,୨୩ ଓ ୨୪ ତିନି ଦିନ ଧରି ଏହି ସମ୍ମିଳନୀ ତାମିଲନାଡୁର କୋଏମ୍ବାଟୁର ସହରରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ଶେଷ ଦିବସରେ ନୂତନ ଜାତୀୟ ପରିଷଦ ଗଠନ କରାଯାଇଥିବା ବେଳେ ଏଥିରେ ଗଞ୍ଜାମର ତିନିଜଣ ଆଇନଜିବୀଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି । ଛତ୍ରପୁରର ବରିଷ୍ଠ ଆଇନଜୀବି ଗୋକୁଳଚନ୍ଦ୍ର ପଣ୍ଡାଙ୍କୁ ଉପସଭାପତି ମଣ୍ଡଳୀରେ ସାମିଲ କରାଯାଇଥିବା ବେଳେ ଦିଗପହଣ୍ଡିର ଆଇନଜୀବୀ ହରପ୍ରସାଦ ରଥଙ୍କୁ ପଦୋନ୍ନତି ଦିଆଯାଇ ଜାତୀୟ ପରିଷଦରୁ କାର୍ଯ୍ୟକାରୀ କମିଟି ସଭ୍ୟ ଏବଂ ଆସିକାର ଆଇନଜୀବୀ ବିଦେଶୀ ନାହାକଙ୍କୁ ପରିଷଦ ସଭ୍ୟ ଭାବେ ନିର୍ବାଚିତ କରାଯାଇଛି । ତିନିଦିନିଆ ସମ୍ମିଳନୀରେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ, ମାଡ୍ରାସ ହାଇକୋର୍ଟର ବିଚାରପତି ଡ. ଏସ୍. ବିମଳା, କଂଗ୍ରେସ ପ୍ରବକ୍ତା ତଥା ଅଭିନେତ୍ରୀ ଖୁସବୁ ସୁନ୍ଦର, ରାଜ୍ୟସଭା ସଦସ୍ୟ ଡି. ରାଜା, ପୂର୍ବତନ ସାଂସଦ ଅଜିଜ ପାଶା, ଡି. ପାଣ୍ଡିଆନ, କେରଳର କୃଷିମନ୍ତ୍ରୀ ଭି. ଏସ୍. ସୁନିଲ କୁମାର, ତାମିଲନାଡୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏସ୍. ପି. ଭେଲୁମନିଙ୍କ ସମେତ ଭିଏତନାମ ,ଋଷିଆ ଏବଂ କ୍ଯୁବାର ରାଷ୍ଟ୍ରହତଗଣ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ ଜାତୀୟ ସଂହତି ସମ୍ବିଧାନର ସୁରକ୍ଷା , ମହାତ୍ମାଗାନ୍ଧୀଙ୍କ ଦର୍ଶନ, ଭାରତୀୟ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଆଦି ଉପରେ ଆଲୋଚନାଚକ୍ର ମାନ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାରୁ ତିନିଜଣ ଆଇନଜିବୀ ସମେତ ରଙ୍କନାଥ ସ୍ବାଇଁ , ପିତବାସ ମହାପାତ୍ର , ଦେବହରି ମହାନ୍ତି , ପଞ୍ଚାନନ ସ୍ବାଇଁ, ଅରୁଣ ପଣ୍ଡା, ହୃଷିକେଶ ମହାନ୍ତି, ଅନନ୍ତ ମହାଙ୍କୁଡ, ମନୋରମା ଷଡ଼ଙ୍ଗୀ, ଭାଗ୍ୟଲତା ପଣ୍ଡା ପ୍ରମୁଖ ସମ୍ମିଳନୀରେ ପ୍ରତିନିଧିତ୍ଵ କରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା