
ଜଳେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର ଗୋଷ୍ଠାଷ୍ଟମୀ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ ଇସ୍କନ ମନ୍ଦିର ପରିସରରେ ଥିବା କହ୍ନେୟା ଗୋଶାଳାଠାରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ପାଳନ ଅବସରରେ ଗାଈଗୋରୁ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ବନ୍ଦାପନା କରାଯାଇ ଅନ୍ନପ୍ରସାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ପୂର୍ବତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ସମ୍ମାନୀତ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ଯୋଗ ଦେଇ ସମୁହ ପୂଜାର୍ଚ୍ଚନାରେ ଅଂଶ ଗ୍ରହଣ କରିଥିଲେ । ଇସ୍କନ ମନ୍ଦିରର ମୁଖ୍ୟ ସେବକ ଚନ୍ଦନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଧାଶ୍ୟାମ ଦାସ, ଅରୁଣ ରାଠୀ, ଗୋପାଳ ଠକ୍କର, ବଂଶୀଧର ସାହୁ, ସୁଦାମ ଚରଣ ଦାସ, ଜ୍ୟୋତିର୍ମୟାନନ୍ଦ ପାଳ, ମୌମିତା ଦାସ, ରିତାରାଣୀ ପ୍ରଧାନ, ଅମ୍ରିତା ଦାସ, ଦୟାମୟୀ ଦାସ, ସୁନନ୍ଦିତା ରଣା, ସୂଚିସ୍ମିତା ଦାସ, ସୁମତି ପରିଡା, ନମିତା ଦାସ ଅଧିକାରୀ ପ୍ରମୁଖ ଭକ୍ତମାନେ ଯୋଗ ଦେଇଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟର୍କମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡ଼ା