ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ସମସ୍ତ ଉଠା ଦୋକାନୀ ବ୍ୟବସାୟୀଙ୍କୁ ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଉଠା ଦୋକାନୀ ବ୍ୟବସାୟୀମାନେ ସାକ୍ଷାତ କରି ଦାବୀ ଜଣାଇଛନ୍ତି । ଏହାସହ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀଙ୍କ ନେତୃତ୍ୱରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡର ଉଠା ଦୋକାନୀ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ଏହି ଅବସରରେ ଛତ୍ରପୁର ଏନଏସି ତରଫରୁ ଏବେ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ବ୍ୟବସ୍ଥା କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ । ଏହାସ ପୁରୁଣା ଉଠା ଦୋକାନୀ ବ୍ୟବସାୟୀଙ୍କୁ କିଭଳି ନିର୍ମାଣ କରାଯାଉଥିବା ଭେଣ୍ଡିଂ ଜୋନରେ ସ୍ଥାନ ପାଇବେ ସେଥିପ୍ରତି ଉଚିତ ପଦକ୍ଷେପ ନିଆଯିବ ସେ ନେଇ ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ ଓ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା