
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ କରୋନା ସଂକ୍ରମଣ କମୁ ନଥିବା ବେଳେ ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ବିଭିନ୍ନ ସର୍ବସାଧାରଣ ସ୍ଥାନକୁ ସାନିଟାଜେସନ୍ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି । ଆଜି ଶନିବାର ଉପକାରଗାରକୁ ସାନିଟାଜ୍ କରିବା ସହିତ ଅନ୍ତେବାସୀମାନଙ୍କୁ ମାକ୍ସ ଓ ସାବୁନ ବଣ୍ଟନ ସହିତ ପ୍ରତ୍ୟେକ କୋଠରୀ ଲାଗି ଡଷ୍ଟବିନ୍ ପ୍ରଦାନ କରିଛନ୍ତି । ସେହିପରି ବଡବଜାରସ୍ଥିତ ସରକାରୀ ଡାକ୍ତରଖାନା, ଥାନା, ଛମୌଜସ୍ଥିତ ନେସ୍ନାଲ ପଂଜାବ ବ୍ୟାଙ୍କକୁ ସାନିଟାଇଜ୍ କରିଛନ୍ତି । ସଭାପତି ହେମନ୍ତ ଜେନାଙ୍କ ସହିତ ସଂପାଦକ ସନ୍ଦୀପ ମହାନ୍ତି, ଅଜିତ୍ ଜେନା, ଜ୍ୟେତିର୍ମୟ ଜେନା, ତପନ ମହାଳିକ, ତପନ ରଣବାଜ, ସଂଜୟ ଧଳ, ମିତାରାଣୀ ଜେନା, ଦେବି ପରିଡା, ଝାଡେଶ୍ୱର ସାହୁ, ରଘୁନାଥ ଜେନା, ଦୀପକ ଜେନା, ଦିଲ୍ଲୀପ ଜେନା, ସେଖ୍ ମିର୍ଜା, କିରଣ ଜେନା, ସରୋଜିନୀ ପଣ୍ଡିତ, ରଂଜିତ ରଣା ପ୍ରମୁଖ ପରିଚାଳନା କରିଥିଲେ ।