ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖ ପକ୍ଷରୁ ଫକୀରମୋହନଙ୍କ ୧୭୭ ତମ ଜୟନ୍ତୀ ପାଳିତ

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ତରଫରୁ ଗତକାଲି ପୂର୍ବାହ୍ନ ସୀମାନ୍ତ ଗୋବରଘଟ୍ଟା ପଂଚାୟତର ହାଟପଦା ସ୍ଥିତ ସେବାଶ୍ରମ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୭ ତମ ଜୟନ୍ତୀ ଉତ୍ସବ ସମ୍ମିଳନୀର ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଜଳେଶ୍ୱର ଶାଖା ସଂପାଦକ ଚିନ୍ମୟ କୁମାର ଦାସ, କେନ୍ଦ୍ରୀୟ କମିଟି ସଂପାଦକ କମଳ ଚକ୍ରବର୍ତ୍ତୀ, ସଦସ୍ୟ ସବ୍ୟସାଚୀ ଦାସ, ପୂର୍ବତନ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ବରିଷ୍ଠ ଆଇନ୍ଜିବୀ ସତ୍ୟସୁନ୍ଦର ଦାସ, ଜିତାଂଶୁ ସେଖର ନନ୍ଦୀ, ସମାଜସେବି କନିଷ୍କ ବୋଧିସତ୍ୱ ଦାସ, ଦିଲ୍ଲିପ ଗିରି, ଅରୁଣ ବେଜ, ଶିବନାରାୟଣ ମହାପାତ୍ର, ସୁଦର୍ଶନ ପ୍ରଧାନ, ବନମାଳୀ ଧଳ, ସୂର୍ଯ୍ୟାନନ୍ଦ ପାଳ, କାର୍ତ୍ତିକ ଚନ୍ଦ୍ର ଦାସ, ନରୋତ୍ତମ ପ୍ରଧାନ, ସୁଦାମ ପାତ୍ର, ବସନ୍ତ ପ୍ରଧାନ, ସରପଂଚ ବୁଦେ୍ଧଶ୍ୱର ପ୍ରଧାନ, ଡ. ସ୍ମୃତି ରଂଜନ ଦାସ ଓ ନିୟୁ ଫ୍ରେଣ୍ଡସ୍ କ୍ଲବର କର୍ମକର୍ତ୍ତାମାନେ ଅଭିଭାଷଣ ମାଧ୍ୟମରେ ଫକୀରମୋହନ ପରି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରିବା ପ୍ରତ୍ୟେକ ଓଡିଶା ବାସୀଙ୍କ କର୍ତ୍ତବ୍ୟ ବୋଲି ବର୍ଣ୍ଣନା କରିଥିଲେ । ଫକୀରମୋହନ ସାହିତ୍ୟ ମାଧ୍ୟମରେ ସମାଜର ପରିବର୍ତ୍ତନ ପାଇଁ ଯେଉଁ ଦିଗ୍ଦର୍ଶନ ଦେଇଥିଲେ ତାହା ଆଜିମଧ୍ୟ ଅପରିହାର୍ଯ୍ୟବୋଲି ବକ୍ତମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷିରେ ସୀମାନ୍ତର ଏକ ରାସ୍ତାକୁ ଫକୀରମୋହନଙ୍କ ନାମରେ ନାମିତ କରିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦାବୀ କରାଯାଇଥିଲା । ଶେଷରେ ରବିନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳ ସମ୍ମିଳନୀ, ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ, କବି ବ୍ରଜେନ୍ଦ୍ର ନାଥ ଗିରି, ଶରତ ଚନ୍ଦ୍ର ପରିଡା, ଅଜିତ୍ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତମାନେ ସେବାଶ୍ରମ ପରିସରରେ ଥିବା ଫକୀରମୋହନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଅନୁରୂପ ଭାବେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଫକୀରମୋହନ ଜୟନ୍ତି ପାଳନ ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ ନାୟକ, ଶିକ୍ଷକ ହରେକୃଷ୍ଣ ଜେନା, ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବ୍ୟାସକବିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା