ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ଉପାନ୍ତ ବାଲେଶ୍ୱର ଜିଲାର ଜଳେଶ୍ୱରରେ ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ଆଜି ବୁଧବାର ଅପରାହ୍ନରେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଭଞ୍ଜ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଶ୍ରୀକାନ୍ତ ଚରଣ ପାତ୍ର ସଭାପତିତ୍ୱ କରିଥିଲେ । ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଭାପତି ଡ. ଅଦୈତ୍ୟ ନାରାୟଣ ପାତ୍ର, ପର୍ଯ୍ୟବେକ୍ଷକ ବାବୁଲାଲ ଦାସ, ଭୋଗରାଇର ସଂପାଦକ ଅନନ୍ତ କୁମାର ପ୍ରଧାନ, କେନ୍ଦ୍ରୀୟ କମିଟିର ସଂପାଦକ କମଳ ଚକ୍ରବର୍ତ୍ତୀ, ନିର୍ବାଚନ ଅଧିକାରୀ କପିଳେଶ୍ୱର ମହାନ୍ତି ଯୋଗ ଦେଇ ନୂତନ କର୍ମକର୍ତ୍ତା ମନୋନୟନ କରାଯିବା ସହିତ ଉପାନ୍ତରେ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ । ଜଳେଶ୍ୱର ଶାଖାର ସଭାପତିଭାବେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ଉପସଭାପତି ଅରୁଣ ବେଜ, ଅଶୋକ ଦାସ, ସମ୍ପାଦକ ସୁନୀଲ ନାଏକ, ସାଂଗଠନିକ ସଂପାଦକ ମନୋରଂଜନ ଦାସ, ଯୁଗ୍ମ ସଂପାଦକ ହେମନ୍ତ ଗିରି, କୋଷାଧ୍ୟକ୍ଷ ଡ. ଅଜିତ୍ ମହାନ୍ତି ପ୍ରମୁଖ ମନୋନୀତ ହୋଇଥିବା ବେଳେ ୧୩ ଜଣିଆ କାର୍ଯ୍ୟକାରୀ କମିଟି ଗଠିତ ହୋଇ ଯାଇଛି । ସେମାନେ ହେଲେ ଡ. ଲଳିତ ରଂଜନ ସେନାପତି, ବିଷ୍ଣୁପଦ ମହାନ୍ତି, ଚିନ୍ମୟ ଦାସ, ଡ. ରମାକାନ୍ତ ଭଂଜ, ସତ୍ୟସୁନ୍ଦର ଦାସ, କମଳ ଚକ୍ରବର୍ତ୍ତୀ, ଦିଲ୍ଲିପ ଗିରି, ଜିତାରାମ ଦେ, ଟଙ୍କଧର ମହାପାତ୍ର, ଗୋବିନ୍ଦ ସାହୁ, ଭାସ୍କର ଚନ୍ଦ୍ର ମିଶ୍ର, କପିଳେଶ୍ୱର ମହାନ୍ତି, ଜିତାଂଶୁ ନନ୍ଦି । ଏହି କାର୍ଯ୍ୟକ୍ରମକୁ ଆଶିଷ ଗିରି, ଘନଶ୍ୟାମ ଗିରି, ଅଜୟ କୁମାର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା