ଉଦଘାଟିତ ହେଲା ନବ ନିର୍ମିତ ଜେଏମ୍ଏଫସି କୋର୍ଟର ନୂତନ କୋଠା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁରେ ନୂତନ ଭାବେ ନିର୍ମିତ ହୋଇଥିବା ଜେଏମ୍ଏଫସି କୋର୍ଟର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଆଜି ଭିଡିଓ କନଫରେନ୍ସ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏଥିରେ କଳାହାଣ୍ଡି ଭିସି ହଲରୁ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସମ୍ବୋଧନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସ୍ଵାଗତ ଭାଷଣ କରିଥିଲେ ଏବଂ ଓଡ଼ିଶା ମୁଖ୍ୟ ବିଚାରପତି ମହମଦ ରାଫିକ୍ ଓ ଓଡ଼ିଶା ହାଇ କୋର୍ଟ ବିଚାରପତି ବିଶ୍ବଜିତ ମହାନ୍ତି ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ୫ଟି ସଚିବ ଭିଡ଼ିଓ ସମ୍ମିଳନୀ ଜରିଆରେ ଯୋଗ ଦେଇଥିଲେ ।ଏହାସହ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍ ପି ବ୍ରିଜେଶ ରାୟ, ଆସ୍କା ସାଂସଦ ପ୍ରମିଳା ବିଶୋଇଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଓକିଲ ସଙ୍ଘର ସଭାପତି ଦ୍ୟୁତକୃଷ୍ଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା