

ଭୁବନେଶ୍ଵର/ବରଗଡ଼:(ସମୃଦ୍ଧଓଡିଶା) ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଅତିରିକ୍ତ ଆୟକଟ ଅଞ୍ଚଳ(ସେଚାଞ୍ଚଳ)କୁ ଜଳସେଚନ ସୁବିଧା ଯୋଗାଉଥିବା ପମ୍ପ ହାଉସ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କେତେକ ପାଣି ପଞ୍ଚାୟତର କର୍ମକର୍ତ୍ତା ସମେତଏହାର ମହିଳା କର୍ମକର୍ତ୍ତାମାନଙ୍କ ସହପାଣି ପଞ୍ଚାୟତର ପରିଚାଳନା ସଂପର୍କରେ ଆଲୋଚନା କରି ରହୁଥିବା ସମସ୍ୟାର ସମାଧାନ ଦିଗରେଆବଶ୍ୟକ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ଏହି ପ୍ରକଳ୍ପ ଅଧିନରେଡୁମେରପାଣି ଓ ସରଣ୍ଡାପାଲି ଠାରେ ଯଥାକ୍ରମେ ୨୦ହେକ୍ଟର ଏବଂ ୨ ହେକ୍ଚର ଚକ ଜମିକୁ ସୁବିଧାରେ ପାଣି ମାଡ଼ିବା ନେଇ ଫ୍ଲସିଂ ଆଉଟ୍ କାର୍ଯ୍ୟ ପରିଦର୍ଶନ କରିଥିଲେ ।ଏହି ପ୍ରକଳ୍ପରେ ଆଗାମୀ ଖରିଫ ଋତୁରେ ଅତିରିକ୍ତ ଆୟକଟର ସମୁଦାୟ ୫୭୫୦ ହେକ୍ଟର ଜମିକୁ ଜଳସେଚନ କରାଯିବ।ଏହିଜଳ ପରିଚାଳନା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିୟନ୍ତ୍ରିତ ( ସ୍କାଡା) ସକ୍ଷମ ବ୍ୟବସ୍ଥା । ଚଳିତ ରବି ଋତୁରେ ଏହି ଆୟକଟରେ ୨୦୦୦ ହେକ୍ଟର ଜମିକୁ ପରୀକ୍ଷାମୂଳକ ଜଳସେଚନ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ।
ରିପୋର୍ଟ : ପଠାଣି ରାଉତ, ସୂଚନା ଅଧିକାରୀ