

ହିନ୍ଦୋଳ(ସମୃଦ୍ଧଓଡିଶା)ହିନ୍ଦୋଳ ଉପଖଣ୍ଡ ସ୍ଥିତ ମିନି ଷ୍ଟାଡିୟମରେ ହିନ୍ଦୋଳ ସବଡ଼ିଭିଜନର ୮ ଟି ସରକାରୀ ବିଭାଗୀୟ ଦଳକୁ ନେଇ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟରେ ହିନ୍ଦୋଳ ଏନ ଏ ସି ଏକାଦଶକୁ ହରାଇ ହିନ୍ଦୋଳ ଓକିଲ ସଙ୍ଘ ବିଜୟୀ ହୋଇଛି! ଆଜି ସକାଳେ ଏନ ଏ ସି ଏକାଦଶର ଅଧିନାୟକ ଅନିଲ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ!ମାତ୍ର ହିନ୍ଦୋଳ ଜୁଡ଼ିସିଆରୀ ଇଲେଭେନ ର ବିଧ୍ବଂସୀ ବୋଲିଂ ଆଗରେ ଏନ ଏ ସି ଏକାଦଶର କୌଣସି ବ୍ୟଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରିନଥିଲେ!ଏନ ଏ ସି ଏକାଦଶର ଷ୍ଟାର ବ୍ୟାଟ୍ସମ୍ୟାନ ଅଧିନାୟକ ଅନିଲ ପ୍ରଥମ ଓଭରର ପ୍ରଥମ ବଲରେ ଆଉଟ ହେବା ପରେ ଦଳର ଆଉ କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ, ଫଳରେ ଦଳ ନିର୍ଧାରିତ ୧୦ ଓଭରରେ ମାତ୍ର ୬୨ ରନରେ ସୀମିତ ରହିଥିଲା!ପ୍ରତ୍ୟୁତରେ ହିନ୍ଦୋଳ ଜୁଡ଼ିସିଆରୀ ଇଲେଭେନର ଦୁଇ ଓପନର ଅଧିନାୟକ ପ୍ରକାଶ ଏବଂ ବିଶ୍ୱଜିତ କୁମାର ମ୍ୟାଚ ଶୀଘ୍ର ଜିତିବା ଲକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଦୁଇ ଓଭରରେ ୨୪ ରନ କରିଥିଲେ!ମାତ୍ର ଏନ ଏ ସି ଏକାଦଶର ଅଧିନାୟକ ଅନିଲ ଙ୍କ ଚତୁର ତଥା ଦକ୍ଷ ଅଧିନାୟକତ୍ୱ ବଳରେ ମ୍ୟାଚକୁ ଉତ୍କଣ୍ଠାପୁର୍ଣ ମୋଡ କୁ ନେଇ ଯାଇଥିଲେ!ମାତ୍ର ବୋଲିଂ ରେ କମାଲ କରିଥିବା ଦୀପକ ପୁନର୍ବାର ବ୍ୟାଟିଂ ରେ ନିଜର ଦକ୍ଷତା ଦେଖାଇ ଧୂଆଁଧାର ୩୨ ରନ କରି ୭ ଟି ବଲ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ!ହିନ୍ଦୋଳ ଜୁଡ଼ିସିଆରୀ ଇଲେଭେନ ର ମ୍ୟାନେଜର ସଂଜୟ ପଟ୍ଟନାୟକ ଏବଂ କୋଚ ବ୍ରହ୍ମାନନ୍ଦ ପଟ୍ଟନାୟକ ଦଳର ପ୍ରଦର୍ଶନକୁ ନେଇ ଧନ୍ୟବାଦ ଦେବା ସହିତ ପରବର୍ତ୍ତୀ ମ୍ୟାଚରେ ଅଧିକ ଭଲ ଆଉ ଶ୍ରେଷ୍ଠ ପ୍ରଦର୍ଶନ ନିମିତ୍ତ ପରାମର୍ଶ ଦେଇଛନ୍ତି! ହିନ୍ଦୋଳ ଜୁଡ଼ିସିଆରୀ ଇଲେଭେନ ତାର ପରବର୍ତୀ ମ୍ୟାଚ ଆସନ୍ତା ୧୪ ତାରିଖରେ ହେଲଥ ଡିପାର୍ଟମେଣ୍ଟ କୁ ଭେଟିବ! ଆଜିର ମ୍ୟାଚରେ ଜୁଡ଼ିସିଆରୀ ଇଲେଭେନର ଦୀପକ ପ୍ରଥମ ଓଭର ର ପ୍ରଥମ ବଲରେ ବିପକ୍ଷ ଦଳର ଅଧିନାୟକଙ୍କ ଉଇକେଟ ନେବା ସହିତ ଦୁଇ ଓଭର ରେ ମାତ୍ର ୬ରନ ଦେଇ ୨ ଉଇକେଟ ନେବା ସହିତ ବ୍ୟଟିଙ୍ଗରେ ଧୂଆଁଧାର ୩୨ରନ (୨ ଚୌକା, ୩ଛକା )କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥଲା!
ରିପୋର୍ଟ : ରଜତ ମହାପାତ୍ର